ଧନିଆ ପତ୍ରର ସ୍ବାସ୍ଥ୍ୟ ଉପକାରିତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଧନିଆ ପତ୍ରରେ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏଥିରେ ପ୍ରୋଟିନ୍‌, କାର୍ବୋହାଇଡ୍ରେଡ୍‌, ମିନେରାଲ୍‌, କ୍ୟାଲସିୟମ, ଫସଫରସ, ପୋଟାସିୟମ ଏବଂ ଫାଇବର ଆଦି ଭରି ରହିଛି। ନିୟମିତ ଧନିଆ ପତ୍ରରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ତାହା ରକ୍ତରେ ସୁଗାର ପରିମାଣକୁ ଅନେକାଂଶରେ ସନ୍ତୁଳିତ ରଖିଥାଏ। ତା’ସହ ଶରୀରରେ ଇନସୁଲିନ ମାତ୍ରା ମଧ୍ୟ ବଢ଼ାଇଥାଏ।

ପେଟଜନିତ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ ଧନିଆ ପତ୍ର। କେବଳ ସେତିକି ନୁହେଁ, ଏହାକୁ ନିୟମିତ ଖାଇଲେ ପାଚନକ୍ରିୟା ଆହୁରି ସକ୍ରିୟ ହୋଇଥାଏ। ପେଟ ଦରଜରୁ ମଧ୍ୟ ଏହା ଉପଶମ ଦେଇଥାଏ। ସବୁଜ ଧନିଆ ପତ୍ରରେ ଏପରି ତତ୍ତ୍ୱ ରହିଛି, ଯାହା ଶରୀରରେ କୋଲେଷ୍ଟରଲ ପରିମାଣକୁ ସନ୍ତୁଳିତ ରଖିଥାଏ। ପ୍ରତିଦିନ ଧନିଆ ପତ୍ର ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ପ୍ରଖର ରହିଥାଏ। ଏଥିରେ ଥିବା ଭିଟାମିନ୍‌ ‘ସି’ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଉପକାରୀ।

ଆଣ୍ଠୁ-ଗଣ୍ଠି ଜନିତ ସମସ୍ୟାର ସମ୍ମୁଖୀନ କରୁଥିଲେ, ପ୍ରତିଦିନ ନିଜ ଖାଦ୍ୟ ତାଲିକାରେ ଧନିଆ ପତ୍ର ସାମିଲ କରିବା ଉଚିତ୍ । ଏହା ଏହି ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ।

ଧନିଆ ପତ୍ର ସେବନ କରିବା ଦ୍ବାରା, ଏହା ପେଟ ଜନିତ ସମସ୍ୟା ଦୂର କରିବା ସହିତ, ପାଚନତନ୍ତ୍ରକୁ ସୁସ୍ଥ ରଖିଥାଏ ।

ଡାଇବେଟିସ୍ ରୋଗୀଙ୍କ ପାଇଁ , ବେଶ ଲାଭଦାୟକ ଧନିଆ ପତ୍ର । ଏହାକୁ ପ୍ରତିଦିନ ଖାଇ ପାରିବେ ।

Leave A Reply

Your email address will not be published.