ଗେହଲଟଙ୍କ ପ୍ରତିଆକ୍ରମଣରେ ଫସିଯିବେ କି ପାଇଲଟ !

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗେହଲଟଙ୍କ ପ୍ରତିଆକ୍ରମଣରେ ଫସିଯିବେ କି ପାଇଲଟ ! ରାଜସ୍ଥାନ ଶିରୋହୀର ବିଧାୟକ ଏବଂ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଘନିଷ୍ଠ କୁହାଯାଉଥିବା ସନ୍ୟମ ଲୋଧା ପାଇଲଟଙ୍କୁ ଟାର୍ଗେଟ କରିଛନ୍ତି। ବିଜେପିର ଦୁର୍ନୀତି ବିରୋଧରେ ରାଜସ୍ଥାନ ବିଧାନସଭାରେ ବାରମ୍ବାର କହି ଆସୁଥିଲେ ମଧ୍ୟ ସେ ପାଇଲଟଙ୍କ ସହଯୋଗ ପାଇନାହାନ୍ତି ବୋଲି କହିଛନ୍ତି। ଗତ ପାଞ୍ଚ ବର୍ଷ ଧରି ପୂର୍ବ ବିଜେପି ସରକାରର ଦୁର୍ନୀତି ଓ ସରକାରଙ୍କ ନିଯୁକ୍ତି ପରୀକ୍ଷାରେ ପେପର ଲିକ ସମ୍ପର୍କରେ ବିଧାନସଭାରେ ବାରମ୍ବାର କଥା ଉଠାଇଥିଲେ ମଧ୍ୟ ପାଇଲଟ କିମ୍ବା ତାଙ୍କ ସହଯୋଗୀ ବିଧାୟକ ମାନେ କେହି ବି ଏହାକୁ ସପୋର୍ଟ କରି ନ ଥିଲେ।

ତେଣୁ ନିର୍ବାଚନ ବର୍ଷରେ ପାଇଲଟ କାହିଁକି ଏ ସବୁ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଉଛନ୍ତି ତାହା ରାଜସ୍ଥାନବାସୀ ଜାଣନ୍ତି ବୋଲି କହିଛନ୍ତି ଲୋଧା। ତେଣୁ ନିଜକୁ ଜଣେ ହାସ୍ୟାସ୍ପଦ ବ୍ୟକ୍ତିରେ ପରିଣତ ନ କରି ସମ୍ମାନର ସହ କାମ କରିବାକୁ କହିଛନ୍ତି। ଏପରିକି ପାଇଲଟଙ୍କ ଜନସଙ୍ଘର୍ଷ ଯାତ୍ରାର କିଛି ପ୍ରଭାବ ନ ଥିବାବେଳେ ଲୋକେ ଏହାକୁ ଗୁରୁତ୍ୱ ଦେଇ ନ ଥିବା ସେ କହିଛନ୍ତି। ତେଣୁ ପାଇଲଟ ଯେକୌଣସି ପଦକ୍ଷେପ ନେବା କଥା ନିଅନ୍ତୁ ବୋଲି ଲୋଧା କହିଛନ୍ତି।

Leave A Reply

Your email address will not be published.