ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଣି ମୁଣ୍ଡ ଟେକିଛି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ବିବାଦ। ହତ୍ୟାକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ନ୍ୟାୟ ନମିଳିଥିବାରୁ ମମିତା ମେହେର ହତ୍ୟା ପ୍ରସଙ୍ଗ ନେଇ ଆଜି ନବୀନ ନିବାସ ଘେରାଉ କରିଛି ବିଜେପି। ଦୋଷୀକୁ ଜାଣିଶୁଣି ଖସାଇଦେବାକୁ ଉଦ୍ୟମ ହେଉଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ଏଥିଲାଗି ଭୁବନେଶ୍ୱର ରାଜମହଲ ଛକରୁ ନବୀନ ନିବାସ ଅଭିମୁଖେ ବିଜେପିର ରାଲି ବାହାରିଛି। ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ବିଜେପି କର୍ମୀଙ୍କୁ ପୁଲିସ ଅଟକାଇଛି। ବିଜେପି କର୍ମୀ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା । ଏଥିରେ କେତେକ ବିଜେପି କର୍ମୀଙ୍କୁ ପୁଲିସ ଉଠାଇନେଇଥିବା ସୂଚନା ମିଳିଛି।