ସାମ୍ବାଦିକତା କ୍ଷେତ୍ରରୁ ଆସିଥିବା ମହିଳାଙ୍କ ଉପରେ ଦୁଇ ଦଳର ଭରଷା, ବିଜେଡିର ସୁଲୋଚନା ବିଜେପିର ସୁନୀତି ମୁଣ୍ଡ ହେଲେ ଭୁବନେଶ୍ବର ମେୟର ପ୍ରାର୍ଥିନୀ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ):  ଭୁବନେଶ୍ବର ମ୍ୟୁନିସିନାଲିଟି ଇଲେକ୍ସନ ପାଇଁ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିବା ପରେ ବିଜେପି ପକ୍ଷରୁ ଭୁବନେଶ୍ବର ମ୍ୟୁନିସିପାଲିଟି ପାଇଁ ମେୟର ପ୍ରାର୍ଥିନୀଙ୍କ ନାଁ ଘୋଷଣା କରାଯାଇଛି। ପ୍ରଖ୍ୟାତ ଲେଖିକା ଡ. ସୁନୀତି ମୁଣ୍ଡଙ୍କୁ ନାଁରେ ମୋହର ମାରିଛି ଦଳ । ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ନାଁ ଘୋଷଣା କରିଛନ୍ତି।

ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଡ. ସୁନୀତି ମୁଣ୍ଡଙ୍କୁ ଦଳର ଭୁବନେଶ୍ୱର ମେୟର ପ୍ରାର୍ଥୀ କରାଯାଇଛି। ବିଜେପି ପକ୍ଷରୁ ଭୁବନେଶ୍ୱରର ମେୟର ପ୍ରାର୍ଥୀ ହେବା ପାଇଁ ପ୍ରାୟ ୨୫ ଜଣ ଦରଖାସ୍ତ ଦେଇଥିଲେ। ସେମାନଙ୍କ ମଧ୍ୟରେ କିଛି ଦଳ ବାହାରର ମହିଳା ମଧ୍ୟ ଥିଲେ। ସମସ୍ତଙ୍କ ବିଷୟରେ ଆଲୋଚନା କରାଯିବା ପରେ ଦଳ ଡ. ସୁନୀତି ମୁଣ୍ଡଙ୍କୁ ଭୁବନେଶ୍ୱରର ମେୟର ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଥିଲା। ଆଜି ତାଙ୍କ ନାଁରେ ମୋହର ମରାଯାଇଛି ବୋଲି ଅପରାଜିତା ଷଡଙ୍ଗୀ କହିଛନ୍ତି।

ସାମ୍ବାଦିକତାରୁ ମେୟର ପ୍ରାର୍ଥୀ ଡ. ସୁନୀତି ମୁଣ୍ଡ୍

ଅପରାଜିତା କହିଛନ୍ତି ଆମେ ଜଣେ ଉଚ୍ଚ ଶିକ୍ଷିତା ମହିଳା ତଥା ଜଣେ ନୂଆ ଚେହେରାଙ୍କୁ ମେୟର ପ୍ରାର୍ଥୀ କରିବାକୁ ଚାହୁଁଥିଲୁ। ଡ. ସୁନୀତି ମୁଣ୍ଡ୍ ସାହିତ୍ୟ କ୍ଷେତ୍ରରୁ ଆସିଛନ୍ତି। ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ଏମ୍‌ଏ କରିଛନ୍ତି। ସେ ଆଇଆଇଏମ୍‌ସିରୁ ସାମ୍ବାଦିକତାରେ ପିଜି ଡିପ୍ଲୋମା କରିଛନ୍ତି। ସେ ସାମ୍ବାଦିକତା କ୍ଷେତ୍ରରେ କାମ କରିଛନ୍ତି। ସେ ପାଖାପାଖି ୨୮ଟି ବହି ଲେଖିଛନ୍ତି। ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ସେ ପ୍ରବୀଣ। ତାଙ୍କର ‘ଦକ୍ଷ’ ନାଁରେ ଏକ ୱେଲ୍‌ଫେୟାର ଟ୍ରଷ୍ଟ ରହିଛି। ଏହା ମାଧ୍ୟମରେ ସେ ଲୋକସେବା କରି ଆସୁଛନ୍ତି। ସେ ୨୦ ବର୍ଷ ହେଲାଣି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ରହିଆସୁଛନ୍ତି। ସେପଟେ ବିଜେପିର ମେୟର ପ୍ରାର୍ଥୀ ହେବା ପରେ ଡ. ସୁନୀତି ମୁଣ୍ଡ ଦଳର ସମସ୍ତ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛି ତାକୁ ସେ ସଫଳ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି।

Leave A Reply

Your email address will not be published.