ସରକାରୀ ଦଳ ପ୍ରସ୍ତୁତ ନୁହେଁ: ତାରା ବାହିନୀପତି

0

ଓଡ଼ିଆ ନ୍ୟୁଜ୍: ବିଧାନସଭା ଚଳାଇବା ପାଇଁ ସରକାରୀ ଦଳ ଇଚ୍ଛା ପ୍ରକାଶ କରୁନି।କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା। ଆଲୋଚନା ପାଇଁ ସରକାରୀ ଦଳ ପ୍ରସ୍ତୁତ ନୁହେଁ: ତାରା। ‘ମୁକାବିଲା ପାଇଁ ପ୍ରସ୍ତୁତ ନଥିବାରୁ ପଛଘୁଞ୍ଚା ଦେଉଛନ୍ତି’। ‘ଚାଷୀମାନଙ୍କ ସମସ୍ୟା ନେଇ ସରକାର କିଛି କରୁନାହାଁନ୍ତି’।’ସାରା ବିଶ୍ୱରେ ଏପଷ୍ଟିନ ଫାଇଲ୍ସ ପ୍ରସଙ୍ଗ ନେଇ ଚର୍ଚ୍ଚା ହେଉଛି’।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାରା ବିଶ୍ୱରେ ଏପଷ୍ଟିନ୍ ଫାଇଲକୁ ନେଇ ଚର୍ଚ୍ଚା ହେଉଛି। ଏଥିରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଲିଙ୍କ ଅଛି। ବିଶ୍ୱର ଅନେକ ଦେଶରେ କାର୍ଯ୍ୟାନୁଷ୍ଠାନ ହେଉଛି। ଭାରତରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବ ନାହିଁ। କାହିଁକି ସିବିଆଇ ତଦନ୍ତ ହେବ ନାହିଁ। ଦେଶର ଅନେକ ରାଜ୍ୟରେ ଏ ଉପରେ ଆଲୋଚନା ହେଉଥିବା ବେଳେ ଆମେ ମଧ୍ୟ ଏ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଛୁ ବୋଲି କଂଗ୍ରେସ ବିଧାୟକ କହିଛନ୍ତି।

Leave A Reply

Your email address will not be published.