ବିଜେପି ଇଭିଏମ ହ୍ୟାକ୍ କରିବାକୁ ଚେଷ୍ଟା କରୁଛି: ମମତା ବାନାର୍ଜୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ବିଜେପି ଉପରେ ଅଭିଯୋଗ ଆଣିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାସହ ସେ କହିଛନ୍ତି, ବିରୋଧୀ ଦଳର ମିଳିତ ମେଣ୍ଟ ‘ଇଣ୍ଡିଆ’ ୨୦୨୪ ଲୋକସଭା ନିର୍ବାଚନରେ ଜିତିବ । ଭାଜପାକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ନିର୍ବାଚନରେ ଜିତିବା ପରେ ଆମର ମିଳିତ ମେଣ୍ଟ ଦେଶର ଲୋକଙ୍କ ପାଇଁ କାମ କରିବ।

ଟିଏମସି ମୁଖ୍ୟ ମମତା ବାନାର୍ଜୀ କୋଲକାତାର ରାଜ୍ୟ ସଚିବାଳୟରେ କହିଛନ୍ତି ଯେ, ୨୦୨୪ ନିର୍ବାଚନରେ ‘ଇଣ୍ଡିଆ’ ଜିତିବ ଏବଂ ସରକାର ଗଠନ କରିବ। ଭାରତ ଦେଶକୁ ଧ୍ୱଂସ, ସାମ୍ପ୍ରଦାୟିକ ଉତ୍ତେଜନା ଏବଂ ବେକାରୀରୁ ରକ୍ଷା କରିବ। ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନରେ ଜିତିବା ପାଇଁ ଭାଜପା ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ)କୁ ହ୍ୟାକ କରିବାକୁ ଚେଷ୍ଟା କରୁଛି। ଏହାର ପ୍ରମାଣ ମଧ୍ୟ ମିଳିଛି।

Leave A Reply

Your email address will not be published.