ଦିଲ୍ଲୀ ଗଲେ ବିଜେପି ସଂସଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନବନିର୍ବାଚିତ ଦଳୀୟ ସାଂସଦମାନଙ୍କୁ ଦିଲ୍ଲୀ ଡାକିଲା ବିଜେପି । ଆଜି ଦିଲ୍ଲୀ ଯିବେ ଓଡ଼ିଶାର 20 ବିଜେପି ସାଂସଦ । ଆସନ୍ତାକାଲି ବିଜେପିର ସଂସଦୀୟ ଦଳର ବୈଠକ ବସୁଛି। ଦେଶରେ ସାଧାରଣ ନିର୍ବାଚନ ଶେଷ ହେବା ପରେ ଏହା ହେଉଛି ‘ଭାରତୀୟ ଜନତା ପାର୍ଟି’ର ପ୍ରଥମ ସଂସଦୀୟ ବୋର୍ଡ ବୈଠକ । ଏଥିରେ ଦେଶର ସମସ୍ତ ନବନିର୍ବାଚିତ ବିଜେପି ବିଧାୟକମାନେ ଅଂଶଗ୍ରହଣ କରିବେ । ନିର୍ବାଚିତ ସାଂସଦଙ୍କ ସହ ଦଳର ଅନେକ ଶୀର୍ଷ ନେତା ମଧ୍ୟ ଦିଲ୍ଲୀ ଗସ୍ତ କରୁଛନ୍ତି

ଆଜି ସଂଧ୍ୟାରେ ସେମାନେ ଦିଲ୍ଲୀରେ ପହଞ୍ଚିବା ପରେ କେନ୍ଦ୍ରୀୟ ନେତାମାନଙ୍କ ସହ ଭେଟଘାଟ ଓ ଆଲୋଚନା କାର୍ଯ୍ୟକ୍ରମ ମଧ୍ୟ ରହିଛି । ରାଜ୍ୟର ସରକାର ଗଠନ ସମ୍ପର୍କରେ ମତାମତ ନେଇ ପାରନ୍ତି ଶୀର୍ଷ ନେତୃତ୍ୱ। ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ସଂସଦୀୟ ବୋର୍ଡ ବୈଠକ ପୂର୍ବରୁ ସାଂସଦଙ୍କ ସହ ଆଲୋଚନା କରିବେ ଶୀର୍ଷ ନେତୃତ୍ୱ। ରାଜ୍ୟରେ ୨୦ ଜଣ ବିଜେପି ସାଂସଦଙ୍କ ବିଜୟ ହେବା ପରେ ଦିଲ୍ଲୀରେ ପ୍ରଥମ ବୈଠକ ହେଉଛି।

ଏମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ଥର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ବୋଲି ଜଣାଯାଇଛି।  ଆସନ୍ତାକାଲି ବିଜେପି ସଂସଦୀୟ ବୋର୍ଡ ବୈଠକ ସହ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ବୈଠକ ମଧ୍ୟ ବସିବ । ଏହା ପରେ ‘ଏଡିନଏ’ ମେଣ୍ଟ ମୋଦିଙ୍କୁ ନେତା ନିର୍ବାଚିତ କରିବା ସହ ସରକାର ଗଠନ କରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଔପଚାରିକ ଭାବେ ଦାବି ଜଣାଇବ ।

Leave A Reply

Your email address will not be published.