ଓଡ଼ିଶା ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ସରକାରଙ୍କ ବିରୁଦ୍ଧରେ ଚାର୍ଜସିଟ ତିଆରି କରିବ ବିଜେପି। ଜନତାଙ୍କ ଆଗରେ ଉପସ୍ଥାପିତ କରିବୁ ସେମାନେ ବିଚାର କରିବେ । ଜନତା ହେଉଛନ୍ତି ଗଣତନ୍ତ୍ରର ମାଜିଷ୍ଟ୍ରେଟ। ଦୁର୍ନୀତି, ବ୍ୟଭିଚାର,ଭ୍ରଷ୍ଟାଚାର ଚାଲିଛି। ରାଜ୍ୟରେ ଲୋକଙ୍କ ଲୋକଙ୍କ ପାଇଁ ଥଇଥାନ ବ୍ୟବସ୍ଥା ନାହିଁ, ରୋଜଗାର ନାହିଁ,ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଚାଷ କଲେ ଧାନ ବିକ୍ରି ହୋଇପାରୁନି। ପାଠ ପଢିଲେ ଚାକିରି ନାହିଁ। ଏ ସବୁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ବିଜେପି। ମହୋଲ ବନିକି ଅଛି। ବିଜେଡି ସରକାର ରାଜ୍ୟକୁ ଅଧୋପତାନ ଆଡ଼କୁ ନେଇ ଯାଇଛି। ଓଡ଼ିଶାରେ ସବୁକିଛି ଥାଇ ପ୍ରଚୁର୍ୟରେ ଦାରିଦ୍ର୍ୟତା ।
ସବୁ କିଛି ଥାଇ ବି ସବୁ କ୍ଷେତ୍ରରେ ଓଡ଼ିଶା ପଛରେ। ମରୁଭୂମି ରାଜ୍ୟ ବି ଆମ ରାଜ୍ୟ ଠୁ ଆଗରେ। ୨୨ ବର୍ଷର ବିଜେଡ଼ିର ଅପକର୍ମ ବିରୁଦ୍ଧରେ ତିଆରି ହେବ ଚାର୍ଜସିଟ। ଲୋକଙ୍କ ସମସ୍ୟା କୁ ହିଁ ଉପସ୍ଥାପିତ କରାଯିବ। ତୃଣମୂଳ ସ୍ତରରୁ ଉପର ପର୍ଯନ୍ତ୍ ଯିବ ଦଳ। ବର୍ତ୍ତମାନ୍ ମାହୋଲ ବନିକି ଅଛି। ବିଜେପି କଠୋର ଅଛି। ବିଜେଡି ସହିତ କୌଣସି ବୁଝାମଣା ନାହିଁ। ଆମେ ଗାତ ଖୋଲିଥିଲୁ ଗାତରେ ବାରାହ ପଡ଼ିଲା । ସବୁ କେଶରେ ଆନ୍ଦୋଳନ କୁ ନିର୍ଣ୍ଣାୟକ ମୋଡ ପର୍ଯ୍ୟନ୍ତ ନେଇଛି ବିଜେପି। ପୂଜା ପରେ ପରେ ଆରମ୍ଭ ହେବ ଜୋର୍ ଦାର ଲଢେଇ। ରାଜରାସ୍ତାରେ ଲଢେଇ ହେବ। ବିଜେଡି ମୁକ୍ତ ହେବ। ଫାଇଦାରେ ରହିବାକୁ ବିଜେଡି – ବିଜେପି – ଏକ ବୋଲି ବାର୍ତ୍ତା ଦିଏ ବିଜେଡି।