ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ଏବେଠୁ ଭାରତୀୟ ଜନତା ପ।ର୍ଟି ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆକ୍ସନନ୍ଲାନ ଆରମ୍ଭ କରିଦେଲାଣି । ୨୦୧୯ରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ଓଡ଼ିଶାରେ ହାରିଥିବା ୧୩ ସଂସଦୀୟ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ରଣନୀତି ୍ରସ୍ତୁତ କରିଛି ବିଜେି । ୨୦୨୪ରେ କେମିତି ୨୧ଟି ଆସନରେ ବିଜେପି ବିଜୟ ହାସଲ କରିବ ସେନେଇ ମଙ୍ଗୁଆଳ ମାନଙ୍କୁ ଗୁରୁମନ୍ତ୍ର ଦେଇଛି ବିଜେପି । ବିଶେଷ କରି ଦେଶରେ ୧୪୪ଟି ଆସନରେ ହାରିଥିବା ବିଜେପି କିଭଳି ୨୦୨୪ ନିର୍ବାଚନରେ ଜିତିବ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ଏଥିପାଇଁ ୧୪୪ଟି ଆସନକୁ ୪୦ଟି କ୍ଲଷ୍ଟରରେ ବିଭକ୍ତ କରି ପ୍ରତ୍ୟେକ କ୍ଲଷ୍ଟରର ଦାୟିତ୍ୱ ଜଣେ ଜଣେ ବରିଷ୍ଠ କେନ୍ଦ୍ରମନ୍ତ୍ରୀଙ୍କୁ ଦିଆଯାଇଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗର ୧୯ଟି ଲୋକସଭା ଆସନ, ଉତ୍ତରପ୍ରଦେଶରେ ୧୫ଟି ଆସନ, ମହାରାଷ୍ଟ୍ରର ୮ଟି ସିଟ୍, ତେଲେଙ୍ଗାନାରେ ୧୨ଟି, ପଞ୍ଜାବରେ ୩ଟି ଓ ଓଡିଶାରେ ୧୩ଟି ସିଟ୍ ଉପରେ ବିଶେଷ ଧ୍ୟାନ ଦିଆଯିବ। କେନ୍ଦ୍ର ମନ୍ତ୍ରୀମାନେ ଏହି ସବୁ ଅଞ୍ଚଳରେ ଡେରା ପକାଇବେ ଏବଂ ସରକାରଙ୍କ ସଫଳତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବେ।