ବିଜେପିର ବଳ କଂଗ୍ରେସ ନେତା !

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ରାଜ୍ୟରେ କଂଗ୍ରେସର ପ୍ରମୁଖ ଚେହେରା ଏବେ ବିଜେପି ମୁହାଁ। ନିର୍ବାଚନ ପାଖେଇ ଆସିଲେ ଦଳ ବଦଳ କିଛି ନୂଆ କଥା ନୁହେଁ। କିନ୍ତୁ ଏବେ ଦେଶର ବିଭିନ୍ନ ରାଜ୍ୟରେ କଂଗ୍ରେସର କିଛି ପ୍ରମୁଖ ଚେହେରା ବିଜେପିରେ ମିଶୁଥିବା ଦେଖିବାକୁ ମିଳୁଛି। କେରଳ କଂଗ୍ରେସର ଯୁବ ଚେହେରା ତଥା ବରିଷ୍ଠ କଂଗ୍ରେସ ନେତା ଏ କେ ଆଣ୍ଟୋନିଙ୍କ ପୁଅ ଅନୀଲ ଆଣ୍ଟୋନି ବିଜେପିରେ ସାମିଲ ହୋଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ନ ଥମୁଣୁ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ କିରଣ ରେଡ୍ଡି ବିଜେପିରେ ଯୋଗ ଦେଇଛନ୍ତି। ଶୁକ୍ରବାର ସକାଳେ ଏନ କିରଣ ରେଡ୍ଡୀ ବିଜେପି କାର୍ଯ୍ୟାଳୟରେ ପହଂଚିବା ସହ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ। ଅଣବିଭାଜିତ ଆନ୍ଧ୍ରପ୍ରଦେଶର ଶେଷ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଟାଣୁଆ ନେତା ଏନ କିରଣ ରେଡ୍ଡୀ ବିଜେପିରେ ସାମିଲ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନୀଲ ଆଣ୍ଟୋନି ହୁଅନ୍ତୁ କିମ୍ବା କିରଣ ରେଡ୍ଡୀ ଉଭୟଙ୍କ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବା ସାରା ଦେଶକୁ ଏକ ବାର୍ତ୍ତା ଦେଉଛି। କେବଳ ସେତିକି ନୁହେଁ ଅନୀଲଙ୍କ ବାପା ଏ କେ ଆଣ୍ଟୋନି କଂଗ୍ରେସର ଅତି ଟାଣୁଆ,ପୁରୁଖା ଓ ବିଶ୍ୱସ୍ତ ନେତା ଭାବେ ଗଣାଯାଆନ୍ତି। କେବଳ ସେତିକି ନୁହେଁ କେରଳରେ ତାଙ୍କର ଭଲ ପ୍ରଭାବ ରହିଛି।

ସେପଟେ କିରଣ ରେଡ୍ଡୀ ମଧ୍ୟ ଆନ୍ଧ୍ରରେ କଂଗ୍ରେସର ପ୍ରମୁଖ ଚେହେରା ଭାବେ ଜଣାଶୁଣା। ତେଣୁ ଉଭୟଙ୍କ ଯୋଗଦାନ କେରଳ ଓ ଆନ୍ଧରେ ଦଳକୁ କ୍ଷତି ପହଞ୍ଚାଇବା ସହ ବିଜେପି ଶକ୍ତିଶାଳୀ କରିବ ବୋଲି ଚର୍ଚ୍ଚା ହେଉଛି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି କାର୍ଯ୍ୟ ବହୁ ଗୁରୁତ୍ୱ ରଖୁଥିବା କୁହାଯାଉଛି। ଖାଲି ସେତିକି ନୁହେଁ କଂଗ୍ରେସ ଛାଡି ପୂର୍ବରୁ ବିଜେପିରେ ସାମିଲ ହୋଇଥିବା ଗାନ୍ଧୀ ପରିବାରର ଅନୁଗତଙ୍କୁ ରାହୁଲଙ୍କ ବିରୋଧରେ ଲଗାଯାଉଥିବା କୁହାଯାଉଛି। ଏକଦା ରାହୁଲଙ୍କ ଅତି ନିଜର ବୋଲି କୁହାଯାଉଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ରାହୁଲଙ୍କୁ ଶାଣିତ ଆକ୍ରମଣ କରୁଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏସବୁ ନିର୍ବାଚନ ପୂର୍ବରୁ କଂଗ୍ରେସର ପକ୍ଷଛେଦନ ରଣନୀତି ବୋଲି ଆଲୋଚନା ହେଉଛି। ସେପଟେ ରାହୁଲ ଗାନ୍ଧୀ ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ବିଜେପି ଓ ମୋଦିଙ୍କୁ ଲଗାତର ଟାର୍ଗେଟ କରୁଛନ୍ତି। ତେଣୁ ଏଭଳି ଷ୍ଟ୍ରାଟେଜି ଆପଣାଇ କଂଗ୍ରେସକୁ କଡା ଜବାବ ଦେବାକୁ ବିଜେପି ଯୋଜନା କରୁଛି ବିଜେପି।

Leave A Reply

Your email address will not be published.