ପୁରୀରେ ସମୀର ଦାସଙ୍କୁ କଳାପତାକା ପ୍ରଦର୍ଶନ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ)ପୁରୀରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା  ସମୀର ଦାସଙ୍କୁ କଳାପତାକା ପ୍ରଦର୍ଶନ। ସମୀର ରଞ୍ଜନ ଦାସ ରବିବାର ନିଜ ନିର୍ବାଚନ ମଣ୍ଡଳୀ ନିମାପଡା ଗସ୍ତରେ ଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କଳାପତାକା ପ୍ରଦର୍ଶନ କରିଛନ୍ତି। ଆଜି ସକାଳେ ଜିଲ୍ଲାର ଗୋପ ବ୍ଲକ୍ ଅନ୍ତର୍ଗତ ବେଦପୁର ଠାରେ ଏକ ପ୍ରକଳ୍ପର ଉଦଘାଟନ ପାଇଁ ସମୀର ଦାସ ଯାଇଥିଲେ। ସେ ତାଙ୍କର କିଛି ଅନୁଗାମୀଙ୍କ ସହ ସେଠାରେ ପହଞ୍ଚିବା ପରେ କିଛି ଗ୍ରାମବାସୀ ତାଙ୍କୁ ସ୍ୱାଗତ କରିବା ସହ ଏକ ଶୋଭାଯାତ୍ରାରେ ପ୍ରକଳ୍ପ ସ୍ଥଳକୁ ନେଇଥିଲେ। ବାଟରେ ଦଳରେ ଥିବା ତାଙ୍କ ଗୋଷ୍ଠୀର କିଛି ବିଜେଡି କର୍ମୀ ସମୀର ଦାସଙ୍କ ବିରୋଧରେ ନାରାବାଜି କରିବା ସହ ତାଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ। ସେମାନଙ୍କ ସହ କିଛି ବିଜେପି କର୍ମୀ ମଧ୍ୟ ସାମିଲ ହୋଇଥିଲେ।

ସମୀର ଦାସ ଗୋ ବ୍ୟାକ୍ ସ୍ଲୋଗାନ ଦେଇ ବିଜେଡିର ଭିନ୍ନ ମତ ରଖୁଥିବା ସଦସ୍ୟମାନେ ପୂର୍ବତନ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ସମୀର ଦାସଙ୍କ ଶୋଭାଯାତ୍ରା ସାରା ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା। ତେବେ ସେଠାରେ ମୁତୟନ ଥିବା ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡାଇଥିଲା।

Leave A Reply

Your email address will not be published.