କରାଚି ବିଶ୍ୱବିଦ୍ୟାଳୟରେ ବଡ଼ ଧରଣର ବିସ୍ଫୋରଣ; ଦୁଇ ଚୀନ୍ ନାଗରିକଙ୍କ ସମେତ ୪ ମୃତ

0

ମଙ୍ଗଳବାର ଦିନ ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟରେ ଏକ ବଡ଼ ବିସ୍ଫୋରଣ ଘଟିଛି। ମିଳିଥିବା ଅନୁଯାୟୀ, ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପାର୍କିଂ ହୋଇଥିବା ଏକ କାରରେ ଏହି ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଦୁଇ ଚୀନ୍ ନାଗରିକଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଗୁରୁତର ଆହତ ହୋଇଛନ୍ତି।ଟିଭି ଫୁଟେଜରେ ଏକ ଧଳା କାରରେ ନିଆଁ ଦେଖିବା ସହ ସବୁ ଦିଗରୁ କାର ଭିତରୁ ଧୂଆଁ ବାହାରୁଛି। ଘଟଣାସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ବିସ୍ଫୋରଣର ଅଧିକ ବିବରଣୀ ପ୍ରଦାନ କରି ଉଦ୍ଧାର କର୍ମଚାରୀମାନେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟର କନଫୁସିୟସ୍ ଇନଷ୍ଟିଚ୍ୟୁଟ୍ ନିକଟରେ ଏକ ଭ୍ୟାନ୍ ରେ ବିସ୍ଫୋରଣ ଘଟିଛି। ତେବେ ଏହି ବିସ୍ଫୋରଣ ସମ୍ପର୍କରେ ପୋଲିସ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହିଁ। ବିସ୍ଫୋରଣ ପରେ ଉଦ୍ଧାରକାରୀ ଏବଂ ସୁରକ୍ଷା ଏଜେନ୍ସିମାନେ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳ ସିଲ୍ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପୋଲିସ ସୂତ୍ର ଅନୁଯାୟୀ, ବିସ୍ଫୋରଣ ହୋଇଥିବା ଭ୍ୟାନରେ ସାତରୁ ଆଠ ଜଣ ଲୋକ ଥିଲେ। ତେବେ ଆହତଙ୍କ ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ଦିଆଯାଇ ନାହିଁ।

ଏହି ସମୟରେ ସିନ୍ଧ ମୁଖ୍ୟମନ୍ତ୍ରୀ ମୁରାଦ ଅଲି ଶାହା ଏହି ଘଟଣାର ଅବଗତ ହୋଇ ଆତଙ୍କବାଦ ନିରୋଧୀ ବିଭାଗ ଏବଂ ଏସଏସପି ଇଷ୍ଟକୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କୁ ଡୋ ୟୁନିଭରସିଟି ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଶାହା ନିର୍ଦ୍ଦେଶ ଦେଇଛନ୍ତି ଏବଂ କରାଚି କମିଶନରଙ୍କୁ ଏକ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

Leave A Reply

Your email address will not be published.