ଓଡ଼ିଆ ନ୍ୟୁଜ (ବ୍ୟୁରୋ): ବିଜେପି ପକ୍ଷରୁ ବ୍ଲକ୍ ଘେରାଉ | ରାଜ୍ୟ ବିଜେପି ଆହ୍ବାନ କ୍ରମେ ଓଡ଼ିଶାର ଜନ ବିରୋଧି ସରକାର ଦୀର୍ଘ ୨୩ ବର୍ଷ ବିଜେଡି ଶାସନ ରେ ଜନସାଧାରଣ ଅସ୍ତବ୍ୟସ୍ତ ହେଲେନି । ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ରେ ରାଜ୍ୟବାସୀ ଅତିଷ୍ଠ ପ୍ରତିବାଦରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଜେପି ପକ୍ଷରୁ ଗରଦପୁର ବ୍ଲକ ଘେରାଉ କରାଯାଇଥିଲା ।
ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ନାୟକ ଙ୍କ ସଭାପତିତ୍ବkenରେ ରାଜ୍ୟ ବିଜେପି ପ୍ରବକ୍ତା ଓ ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ଓ ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ବର ପରିଡ଼ା ଙ୍କ ନେତୃତ୍ବରେ ବିଜେପି କର୍ମୀ ମାନେ ଏକଜୁଟ ହୋଇ ବ୍ଲକ ଘେରାଉ କରିବା ସହ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଉଭୟ ବିଜେପି ନେତା ରାଜ୍ୟ ସରକାର ଙ୍କ ଉପରେ ବର୍ଷିବା ସହ ବ୍ଲକ ରେ ମନରେଗା, ରାସନ୍ କାର୍ଡ, ଭତ୍ତା, ପାଇଖାନା ସହ ମିଶନ ଶକ୍ତି ଦ୍ଵାରା ସଦ୍ୟ ନିଯୁକ୍ତି ହୋଇଥିବା ବ୍ୟାଙ୍କ ମିତ୍ର, ସିଆରପି ନିଯୁକ୍ତି ରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଛି ବୋଲି କହିବା ସହ ପାଟକୁରା ରେ ମା ଓ ପୁଅଙ୍କ ରାଜନୀତି ଚାଲିବ ନାହିଁ ବୋଲି ଚେତାବନୀ ଦେଇଥିଲେ ।
ଏହାଛଡା ମୋଦି ସରକାର ରାଜ୍ୟ କୁ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କା ପ୍ରଦାନ କରିଥିଲେ ହେଁ ରାଜ୍ୟ ରେ ଥିବା ନବୀନ ସରକାର ଏହି ଟଙ୍କା କୁ ବିକାଶ ନାମରେ ଲୁଟ କରି ବିନାଶ କରି ଚାଲିଛନ୍ତି ବୋଲି ବକ୍ତବ୍ୟରେ କହିବା ସହ ରାଜ୍ୟରେ ମମିତା,ପରୀ, ବେବିନା,ଓ ଇତିଶ୍ରୀ ପରି ମହିଳା ଙ୍କ ଉପରେ ବ୍ୟଭିଚାର ହୋଇଥିଲେ ମଧ୍ୟ ନବିନ ପଟ୍ଟନାୟକ ନିଜର ମନ୍ତ୍ରୀ ଓ ବିଧାୟକ ଙ୍କ ଉପରେ କୈାଣସି ପଦକ୍ଷେପ ନେଉ ନାହାନ୍ତି ବୋଲି କହାଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କୃଷକ ମୋର୍ଚ୍ଚା ସଂପାଦକ ବିକ୍ରମ ରାଉତରାୟ,ଅଞ୍ଜନ କୁମାର ଦେବତା, ଚିତ୍ତରଞ୍ଜନ ଚୈଧୁରୀ, ବିଭୂତି ପରିଡ଼ା,ଶ୍ରାକାନ୍ତ ସେନାପତି, ସଂପାଦିକା ଲକ୍ଷ୍ମୀପ୍ରିୟା ପତି, ସବିତା ପାଣି, ପଦ୍ମନୀ ସେଠୀ, ପାର୍ବତୀ ସ୍ବାଇଁ ଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।