ଜାମଦା ବ୍ଲକରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୩ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ, ମୟୁରଭଞ୍ଜ :  ଶିଶୁମାନଙ୍କର ସୂଜନଶୀଳତାର ପରିପ୍ରକାଶ ହେଉଛି ସୁରଭି କାର୍ଯ୍ୟକ୍ରମର ଲକ୍ଷ୍ୟ | ପିଲାମାନଙ୍କ ଭିତରେ ଲୁକାୟିତ ପ୍ରତିଭାକୁ ବିକଶିତ ଏହାଦ୍ବାରା ହୋଇପାରିଥାଏ | ପିଲାମାନେ ଆଗକୁ ଭବିଷ୍ୟତରେ ଜଣେ ଭଲ ଗାୟକ, ଚିତ୍ରକର, ନେତା, ଅଭିନେତା , ଶିକ୍ଷକ, ଅଧ୍ୟାପକ, ରାଜନୀତିଜ୍ଞ ଓ ଡାକ୍ତର ନ ହେବେ କିଏ ଅବା ଅବଜ୍ଞା କରିବେ | ଆଜି ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ହେସେଲପାଟା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୩ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ଛାତ୍ରଛାତ୍ରମାନଙ୍କ ମଧ୍ୟରେ ତର୍କ, ରଚନା, ଚିତ୍ରାଙ୍କନ, କୁଇଜ୍, ଗୀତ, ହସ୍ତଲିଖନ, ଗଠନାତ୍ମକ ଲେଖା ଓ ଇଲୋକୁସନ ହୋଇଥିଲା | ଉକ୍ତ ପ୍ରତିଯୋଗିତାରେ ଜାମଦା ବ୍ଲକର ମୋଟ ୧୧୧ ବିଦ୍ୟାଳୟରୁ ସମଦାୟ ୪୦୦ ଜଣ ପ୍ରତିଯୋଗୀ ଆସିଥିଲେ | ଏଥିରୁ କୃତୀ ପ୍ରତିଯୋଗୀ ମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ | ଏହି ମହୋତ୍ସବ କାର୍ଯ୍ୟକ୍ରମକୁ ଜାମଦା ବିଇଓ ଶ୍ରୀଯୁକ୍ତ ସଦାନନ୍ଦ ମହାନ୍ତ ଆନୁଷ୍ଠାନିକ ଉଦଘାଟନ କରିଥିବା ବେଳେ ଉଦଯାପନୀ ସମୟରେ ମୁଖ୍ୟ ଅତିଥି ଭାବେ ଜାମଦା ବିଡିଓ ଶ୍ରୀଯୁକ୍ତ ଦେବାଶିଷ ପଣ୍ଡା ଯୋଗ ଦେଇଥିଲେ | ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ଜାମଦା ବ୍ଲକର ସମସ୍ତ ଏବିଇଓ ଓ ସିଆରସିସି ଉପସ୍ଥିତ ଥିଲେ |

ଉକ୍ତ ପ୍ରତିଯୋଗିତା ରେ ମଞ୍ଚ ପରିଚାଳନାରେ ସିଆରସିସି ବାବୁଲୁ ମହାନ୍ତ, ସିଆରସିସି ନିରଞ୍ଜନ ଗୋପ ଓ ପ୍ରମନ କୁମାର ଶତପଥୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ରମାକାନ୍ତ ହାଁସଦାଃ, ଭୀମଚରଣ ମାର୍ଣ୍ଡି, ଶିବ ଚରଣ ନାୟକ, ଦୟାନିଧି ପିଙ୍ଗୁଆ, ବିନ୍ଦୁଲତା ମହାନ୍ତ, ଅତିଥି ସତ୍କାରରେ ଅରୁଣା ଉଦୟ ଗିରି, ଅର୍ଚ୍ଚନା ବାରିକ, ଜଲହନ ହୋ, ରାଜେନ୍ଦ୍ର ନାୟକ ଓ ବ୍ଲକ ସ୍ତରୀୟ ମିଲେଟ୍ ରେ ହରିହର ପାତ୍ର, ଦୁଲାରି ମୁର୍ମୁ, ରାଜଲିନା ବେହେରା, ଅନନ୍ତ ସାହୁ, ଦୟାନିଧି ପିଙ୍ଗୁଆ ଓ ଗିରିଧର ମହାନ୍ତ ତଥା ବିଭିନ୍ନ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକଶିକ୍ଷିକା ଗଣ ସହଯୋଗ କରିଥିଲେ |

Leave A Reply

Your email address will not be published.