ଝାରପଡ଼ା ଗଣେଶ ମାର୍କେଟର ୩ ଏକର ୨୦୭ ଡିସିମିଲ ଜାଗାକୁ ଜବର ଦଖଲ ମୁକ୍ତ କଲା ବିଏମସି ଓ ବିଡିଏର ଏନଫୋରସମେଣ୍ଟ ସ୍ବ୍ବାର୍ଡ, ବିଜେପି କଲା ବିରୋଧ

0

ଓଡିଶା ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରେ ବଡ ଧରଣର ଉଛେଦ। ବିଡ଼ିଏ, ବିଏମସି, ସାଧାରଣ ପ୍ରଶାସନ ଓ କମିସନରେଟ ପୋଲିସ୍ ର ମିଳିତ ଉଦ୍ୟମରେ ଏହି ଉଛେଦ କରାଯାଇଛି। ମିଳିତ ଉଦ୍ୟମରେ ଝାରପଡ଼ା ଗଣେଶ ମାର୍କେଟର ୩ ଏକର ୨୦୭ ଡିସିମିଲ ଜବର ଦଖଲ ମୁକ୍ତ କଲା ସେଣ୍ଟାଲ ଏନ୍ଫୋରସମେଣ୍ଟ ମନିଟରିଂ ସ୍କ୍ବାର୍ଡ  ଉଛେଦକୁ ବିରୋଧ କରି ବିଜେପି ପକ୍ଷରୁ କଟକ ରୋଡ ରାସ୍ତକୁ ଘଣ୍ଟାଏ ଯାଏ ଅବରୋଧ କରଯାଇଥିଲା।  କିଛି ସମୟ ପାଇଁ ଯାନବାହାନ ଚଳାଚଳ ବାଧାପ୍ରପ୍ତ ହୋଇଥିଲା।

 ସରକାରଙ୍କ ହାତକୁ ଫେରିଲା ମୂଲ୍ୟବାନ ୩ ଏକର ୨୦୭ ଡିସିମିଲ ସରକାରୀ ଜାଗା। ୩୩ ନମ୍ବର୍ ୱାର୍ଡର ଝାରପଡ଼ା ଗଣେଶ ମାର୍କେଟକୁ ଉଛେଦ ପରେ ଏହି ଜମିକୁ ନିଜ ହାତକୁ ନେଇଛି ବିଡ଼ିଏ। ଆଜି ଭୋର୍ ୪ଟାରୁ ଉଛେଦ କାମ ଆରମ୍ଭ କରିଥିଲା ସେଣ୍ଟାଲ ଏନ୍ଫୋରସମେଣ୍ଟ ମନିଟରିଂ ସ୍କ୍ବାର୍ଡ।  ଉଛେଦକୁ ବିରୋଧ ଯୋଗୁ ବିଡ଼ିଏ, ବିଏମସି, ସାଧାରଣ ପ୍ରଶାସନ ବିଭାଗ ଓ କମିଶନରେଟ ପୋଲିସକୁ ନାକେଦମ ହେବାକୁ ପଡ଼ିଥଲା। ଗୋଟିଏ ପଟେ ଉଛେଦ ଚାଲିଥିବା ବେଳେ ଅନ୍ୟପଟେ ବିଜେପି କର୍ମୀ ରାସ୍ତା ରୋକ କରିଥିଲେ।  ସେପଟେ ବ୍ୟବସାୟୀମାନଙ୍କୁ ସମୟ ନ ଦେଇ ସରକାର ଉଦ୍ଦେଶ୍ୟମୂଳକ ଭାବେ ୪୦୦-୫୦୦ ଦୋକାନକୁ ଭାଙ୍ଗିଦେଲେ ବୋଲି ଦୋକାନୀମାନେ ଅଭିଯୋଗ କରିଛନ୍ତି।

ଦୀର୍ଘ ବର୍ଷ ଧରି ଜବର ଦଖଲ ଥିଲା ସରକାରୀ ଜମି। କିଛି ବାହୁବଳୀ ଲୋକ ଉକ୍ତ ଦୋକାନ ଓ ଗୋଦାମ ଘର ଭଡ଼ାରେ ଦେଇଥିଲେ।   ଜଣେ ବ୍ୟକ୍ତି ୨୦୫ ଡିସିମିଲ ଜମିରେ ଦୋକାନ କରି ସିମେଣ୍ଟ, ପ୍ଲାଷ୍ଟିକ ପାଇପ, ମାର୍ବଲ, ଫର୍ଣିଚର୍ ଦୋକାନକୁ ଭଡ଼ା ଦେଇ  ଲକ୍ଷ ଲକ୍ଷ ଟଙ୍କା ଭଡ଼ା ଆଦାୟ କରୁଥିଲେ ବୋଲି ସରକାରୀ ଅଧିକାରୀ କହିଛନ୍ତ।  ତେଣୁ ପୂର୍ବରୁ ବିଡ଼ିଏ ନୋଟିସ  ଦେଇଥିଲା ସ୍ଥାନ ଖାଲି କରିବାକୁ। ଦୁଇ ଦିନ ତଳେ ବାବର୍ଚି ହୋଟେଲକୁ ଭାଙ୍ଗି ଥିଲା ବିଡ଼ିଏ, ବିଏମ୍ସୀ, ଜିଏର ମିଳିତ ଟିମ୍। ଏହି ସ୍ଥାନଟି ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗର ଥିବା ବେଳେ ଏବେ ଏହି ଜମିକୁ ବିଡ଼ିଏ ହାତକୁ ଦେଇଛି ସାଧାରଣ ପ୍ରଶାସନ ବିଭାଗ। ଉଛେଦ ବେଳେ କମିଶନରେଟ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।  ଖୁବ୍ ଶୀଘ୍ର ଏହି ଜମି ଉପରେ ନେବରହୁଡ ମାର୍କେଟ କମ୍ପ୍ଲେକ୍ସ ତିଆରି କରିବ ବିଡ଼ିଏ। ଜନକଲ୍ୟାଣ ପାଇଁ ବ୍ୟବହାର କରିବ ବିଡ଼ିଏ।ତେବେ କ୍ଷତିଗ୍ରସ୍ତ ଦୋକାନୀଙ୍କୁ ଲିଖିତ ଭାବେ ଥଇଥାନ ପ୍ରତିଶ୍ରୁତି ନମିଳିଲେ ବଡ ଧରଣର ଆନ୍ଦୋଳନ ହେବ ବୋଲି ବିଜେପି ଚେତାବନୀ ଦେଇଛି। ଅନ୍ୟପଟେ ବିଡ଼ିଏ ଏହି ଜମି ଚାରିପଟେ ପାଚେରୀ ବୁଲାଇବା ଆରମ୍ଭ କରିଛି।

Leave A Reply

Your email address will not be published.