ରାଜଧାନୀରେ କୁକୁର ଗଣିବ BMC

0

ଓଡ଼ିଆ ନ୍ୟୁଜ୍: ବିଏମ୍‌ସି ମେୟର ସୁଲୋଚନା ଦାସଙ୍କ ପ୍ରତିକ୍ରିୟା।ଉଭୟ ବୁଲା ଓ ପୋଷା କୁକୁରଙ୍କର ଗଣନା ହେବ।କାନରେ ଟ୍ୟାଗ ଲାଗିବ, BMC ପାଖରେ ତଥ୍ୟ ରହିବ। ବନ୍ଧ୍ୟାକରଣ ଓ ଟିକାକରଣ ତଥ୍ୟ ଚିପରେ ରହିବ।ଏଣେ ତେଣେ ବୁଲା କୁକୁରଙ୍କୁ ଖାଇବା ଦେବା ନେଇ ବାରଣ କରାଯିବ। ସୁପ୍ରିମକୋର୍ଟଙ୍କ ନିଷ୍ପତି ସ୍ଵାଗତ ଯୋଗ୍ୟ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ୍ । ସରକାରୀ ବ୍ୟବସ୍ଥା ନେଇ କାମ କରିବୁ । ବର୍ଷା ପାଇ ରାଜଧାନୀରେ କୁକୁର ବନ୍ଧ୍ୟାକରଣ ଧିମେଇଚି । କୁକୁରଙ୍କ ପାଇ ଅଧିକ କେନାଲ ବ୍ୟବସ୍ଥା କରାଯିବ।

ମେୟରଙ୍କ କହିବା କଥା ରାଜଧାନୀରେ ପ୍ରତିଦିନ ୨୦ରୁ ୩୦ କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଛି । ଆଗକୁ ଅଧିକ ସଂଖ୍ୟାରେ କୁକୁର ବନ୍ଧ୍ୟା କରଣ କରାଯିବ । ବନ୍ଧ୍ୟା କରଣ ପାଇଁ ଅଧିକ ଭିତ୍ତିଭୂମିର ଆବଶ୍ୟକତା ରହିଛି । କୁକୁରଙ୍କ ସଂଖ୍ୟା ଜାଣିବା ପାଇଁ ରାଜଧାନୀରେ ହେବ ଡଗ୍ ସେନସସ । ଏ ନେଇ ପ୍ରଥମିକ ସ୍ତରରେ କାମ ଆରମ୍ଭ କରାଯାଇଛି । କୁକୁରଙ୍କୁ ଭେକ୍ସିନେସନ ତଥ୍ୟ ରଖାଯିବ। କୁକୁରଙ୍କ କାନରେ ଟ୍ୟାଗ୍‌ ଲଗାଇବା ବ୍ୟବସ୍ଥା କରିବ ବିଏମ୍‌ସି ।

 

Leave A Reply

Your email address will not be published.