ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଆବର୍ଜନାମୁକ୍ତ କରିବବାକୁ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ୱାଡ ଗଠନ କଲା ବିଏମସି। ଅଦିକାଂଶ ସମୟରେ ଭୁବନେଶ୍ୱରରେ ଅଳିଆ ଆବର୍ଜନା ନେଇ ନାନାଦି ସମସ୍ୟା ଦେଖାଦେଇଥାଏ । ଏନେଇ ବାରମ୍ବାର ସଚେତନ କରାଯିବା ପରେ ଲୋକଙ୍କୁ ତାଗିଦ୍ କରିବା ପାଇଁ ବିଏମ୍ସି ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ଏଣିକି ରାଜଧାନୀ ଗଳିକନ୍ଦିରେ ବୁଲିବ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ବାଡ ‘ଟିମ୍ ସାଇନ’ । ଟିମ୍ ସାଇନ ଅର୍ଥାତ ସାନିଟେସନ ଏବଂ ହାଇଜିନ୍ ଇନିସପେକ୍ସନ ଫର୍ ନିଟ୍ ଏନଭରମେଂଟ । ଆଜି ଏହାର ବିଧିବଦ୍ଧ ଶୁଭାରମ୍ଭ କରିବେ ଭୁବନେଶ୍ୱର ମେୟର ଓ କମିଶନର । ରାଜଧାନୀରେ ୧୦ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ରହିବେ । ପ୍ରତି ଟିମରେ ୫ ଜଣ ସଦସ୍ୟ ରହିବେ । ଏହି ଟିମର ସଦସ୍ୟମାନେ ଗଳିକନ୍ଦି ବୁଲି ବୁଲି ଯାଞ୍ଚ କରିବେ ।
ପରିବେଶ ସଫାସୁତୁରା ରଖିବା ପାଇଁ ଲୋକଙ୍କୁ ସଚେତନ କରିବା ସହ କେହି ଘର ସାମ୍ନାରେ ଅଳିଆ ପକାଇଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବେ । ପ୍ରତି ଟିମର ନେତୃତ୍ୱ ନେବେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ । ଏହି ଅବସରରେ ବିଏମସି ଟିମ ସାଇନ ବା ଏନଫୋର୍ସମେଣ୍ଟ ଟିମର ରୋଡ଼ ସୋ ଅନୁଷ୍ଠିତ ହୋଇଛି । ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ବିଏମସି ଅଫିସ ଯାଏଁ ରୋଡ ସୋ କରାଯାଇଛି ।