ବିଏମ୍ସି ପକ୍ଷରୁ ଆରମ୍ଭ ହେଲା ଥ୍ରୀ ଆର୍ ଅଭିଯାନ, ବିଭିନ୍ନ ୱାର୍ଡରେ ଖୋଲିବ ଅବ୍ୟବହୃତ ଜିନିଷ ସଂଗ୍ରହ ଓ ବିତରଣ କେନ୍ଦ୍ର
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଆରମ୍ଭ ହୋଇଛି ଥ୍ରୀ ଆର୍ ବା ରିଡ୍ୟୁସ୍, ରିୟୁଜ୍ ଓ ରିସାଇକେଲ (ଜରୟଙ୍କମର, ଜରଙ୍କଗ୍ଦର ବଦ୍ଭୟ ଜରମଚ୍ଚମକ୍ଷର) କମ ଉପଯୋଗ କରିବା, ତାର ପୁନଃ ବ୍ୟବହାର କରିବା ଏବଂ ପୁନଃ ଚକ୍ରଣ କରିବା । ଏହା ଫଳରେ କୌଣସି ଜିନିଷ ଅଯଥାରେ ନଷ୍ଟ ହେବ ନାହିଁ କି ମହାନଗର ନିଗମ ଅପରିଷ୍କାର ହେବ ନାହିଁ । ପ୍ରତ୍ୟେକଙ୍କ ଘରେ ବ୍ୟବହାର ହେଉନଥିବା ପୁରୁଣା ଲୁଗା, ଡ୍ରେସ, ପୁରୁଣା ବହି, ରେନ୍ କୋଟ୍, ଛତା,ପୁରୁଣା ଖେଳଣା, ଛୋଟ ପିଲାଙ୍କ ସାଇକେଲ, ଘର କରଣା ଜିନିଷ ଆଦିକୁ ଏଣେ ତେଣେ ନ ପିଙ୍ଗି ତାହାକୁ ବିଏମ୍ସି ଦ୍ୱାରା ନିଯୁକ୍ତ ତଥା ନିର୍ଦ୍ଧାରିତ କେନ୍ଦ୍ରରେ ପ୍ରଦାନ କଲେ ସେଗୁଡିକ ଅନ୍ୟମାନଙ୍କ କାମରେ ଆସି ପାରିବ ।
ଆଜି କଳ୍ପନା ଛକ ନିକଟରେ ଥିବା ଉତ୍କଳ ଗ୍ୟାଲେରିଆ ପରିସରରେ ଏସଂପର୍କିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମହାନଗର ନିଗମର ମେୟର ମାନନୀୟା ଶ୍ରୀମତି ସୁଲୋଚନା ଦାସ, ସ୍ଥାନୀୟ କର୍ପୋରେଟର ନୃପେଶ କୁମାର ନାୟକ, କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ଶ୍ରୀ ମନୋରଂଜନ ସାହୁ, ଜୋନାଲ ଡେପୁଟି କମିଶନର; ରବି ନାରାୟଣ ଜେଠୀ(ଦ.ପ.),ପ୍ରିୟବ୍ରତ ପାଢ଼ୀ(ଦ.ପୂ.), ପୁରନ୍ଦର ନନ୍ଦ(ଉତର) ଏବଂ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ର ଡାଇରେକ୍ଟର୍ ପୂର୍ଣ୍ଣିମା ବେଦ୍ ପ୍ରମୁଖ ଉପସ୍ଥିତ ଥିଲେ । ଅଂଚଳ, ସହର,ରାଜ୍ୟ, ଦେଶ ଏବଂ ବିଶ୍ୱ ରୁ ବର୍ଜ୍ୟଭାର କମାଇବା ବର୍ତମାନର ଆବଶ୍ୟକତା । ଯେତେ କମ୍ ଉପେଯାଗ କରିବା, ସେତେ ଅଳିଆ ଭାରାକ୍ରାନ୍ତରୁ ରକ୍ଷା ପାଇବା । ଆଉ ଏହି ଅଭିଯାନ ନିଜ ନିଜ ଘରୁ ଆରମ୍ଭ କରିବା ଦରକାର ।
ଆମେ ଘରେ ଯେତେ କମ ଲୁଗାପଟା ବା ଡ୍ରେସ, ପ୍ଲାଷ୍ଟିକ, ଖେଳଣା, ଇତ୍ୟାଦି କମ ବ୍ୟବହାର କରିବା, ସେତେ ଭଲ ।
ଯାହା ଘରେ ଅଧିକ ଅବ୍ୟବହୃତ ଜିନିଷ ରହିଛି, ସେଗୁଡିକୁ ଅନ୍ୟମାନଙ୍କୁ ଦେଇଦେବା ଦରକାର । କାରଣ ଯେଉଁମାନେ ଏହା ନେବାକୁ ଚାହୁଁଛନ୍ତି , ସେମାନଙ୍କୁ ଏହା ବ୍ୟବହାର ଉପଯୋଗୀ କରି ଦେଇଦେବା; ତେବେ, ସେ ପୁନଃ ବ୍ୟବହାର ହେବା ସହ ଅନ୍ୟଜଣେ ଖୁସି ହୋଇପାରିଲା । ଯେତେବେଳେ ବ୍ୟବହାର ଅନୁପଯୋଗୀ ହେବ, ସେତେବେଳେ ତାକୁ ରିସାଇକେଲ ବା ପୁନଃ ଚକ୍ରଣ କରାଯାଇ ପାରିବ । ଯେପରିକି କପଡାରୁ ନୂତନ ଜିନିଷ ଯଥା ରସି, ମ୍ୟାଟ୍, ପାପୋଚ୍ଛ ଆଦି ତିଆରି ହୋଇପାରିବ । ଆଜି ଆରମ୍ଭ ହୋଇଥିବା ଅଭିଯାନ ସହରର ବିଭିନ୍ନ ୱାର୍ଡରେ କିପରି କରାଯିବ ଏବଂ ଏଥିରେ ଗୋଷ୍ଠୀ ସହଯୋଗ କିପରି ମିଳିବ ତାହାର ନକ୍ସା ପ୍ରସ୍ତୁତ ହୋଇଥିବା ନେଇ କହିଛନ୍ତି ମେୟର ।
ଭୁବନେଶ୍ୱର ମହାନଗର ନିଗମକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରିବା ପାଇଁ ଏହା ପ୍ରୟାସ । ଏଥିରେ ପ୍ରତ୍ୟେକ ନାଗରିକ ସାମିଲ ହେବା ସହ ଏହାକୁ ମିଶନ ମୋଡରେ କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦେଇଛନ୍ତି ,କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ । ରି ସାଇକେଲ ଦ୍ୱାରା ମହିଳା ଓ ୟୁବତୀ ଏପରିକି ଛୋଟ ଛୋଟ ପିଲାମାନେ ମଧ୍ୟ ଏଥିରେ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରିବେ । ଏହା ଦ୍ୱାରା ସେମାନଙ୍କର ସୃଜନ ଶକ୍ତି ବୃଦ୍ଧି ପାଇବ ବୋଲି କହିଛନ୍ତି କମିଶନର ।
‘ଥିଲେ ଦିଅ, ନଥିଲେ ନିଅ’ ଏହି ଆହ୍ୱାନ ଦେଇଛନ୍ତି ବିଏମ୍ସି କମିଶନର । ଘରେ ଥିବା ଅଦରକାରୀ, ଅବ୍ୟବହୃତ ଜିନିଷଗୁଡିକୁ ଦେଇ ଦିଅନ୍ତୁ । ଯଦି କିଛି ଅଭାବ ରହିଛି କିମ୍ବା ନାହିଁ, ତେବେ ନେଇଯାଆନ୍ତୁ । ଏହା ଦ୍ୱାରା ପ୍ରତ୍ୟେକ ଜିନିଷର କମ୍ ଉପଯୋଗ ହେବ ଏବଂ ସମସ୍ତେ ସବୁ ଜିନିଷ ପାଇପାରିବେ । ଯେଉଁମାନଙ୍କ ଘରେ ଛୋଟ ପିଲାଙ୍କର ସାଇକେଲଟିଏ ଘର କଣରେ ପଡି ନଷ୍ଟ ହେଉଛି, ଖେଳିବାକୁ ପାଉନଥିବା ପିଲାଙ୍କୁ ସେ ସାଇକେଲଟି ଦେଇଦିଅନ୍ତୁ । ଏହା ଫଳରେ ଆପଣଙ୍କ ଘରୁ ଅଳିଆ କମି ଯିବ ଏବଂ ଅଦରକାରୀ ଜିନିଷର ପୁନଃବ୍ୟବହାର ମଧ୍ୟ ହୋଇପାରିବ । ।
ଭୁବନେଶ୍ୱର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଆମେ କଉଁ ଜିନିଷ ବ୍ୟବହାର କରିବା କେଉଁ ଜିନିଷ ବ୍ୟବହାର ନ କରିବା ତାର ଏକ ନମୁନା ପ୍ରଦର୍ଶନ କରିଥିଲେ ଡେପୁଟି କମିଶନର ମନୋରଂଜନ ସାହୁ । ଅଦରକାରୀ ଜିନିଷକୁ କିପରି ପୁନଃ ଚକ୍ରଣ ବା ରିସାଇକେଲ କରି ନୂତନ ସାମଗ୍ରୀ ତିଆରି କରାଯାଉଛି, ତାର ନମୁନା ମଧ୍ୟ ପ୍ରଦର୍ଶନ କରାଇଥିଲେ । ନିଷିଧ ହୋଇଥିବା ପ୍ଲାଷ୍ଟିକ ଦ୍ରବ୍ୟର ପ୍ରଦର୍ଶନ ମଧ୍ୟ କରାଯାଇଥିଲା ।
ଆଜି ଉତ୍କଳ ଗ୍ୟାଲେରିଆଠାରେ ଅଦରକାରୀ ଏବଂ ଅବ୍ୟବହୃତ ଜିନିଷ ଦେବାର ଅଭ୍ୟାସକୁଆରମ୍ଭ କରାଇଛନ୍ତି ମାନନୀୟା ମେୟର ଶ୍ରୀମତି ଦାସ ।
ଏହି ଅବସରରେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ ସ୍ୱାଗତ ଭାଷଣ ସହିତ ସଭା ପରିଚାଳନା କରିଥିଲେ ।
ପ୍ଲାଷ୍ଟିକ, ଷ୍ଟ୍ର, ଇୟର ବଡ, ପ୍ଲାଷ୍ଟିକ ଚାମଚ ଓ କଣଂଟା ଚାମଚ, ଥର୍ମକୁଲ କପ୍, ପ୍ଲେଟ, ପଲି କୋଟେଡ ଖଲିପତ୍ର, ଅଦରକାରୀ ଖେଳଣା, ଏୟାର ବ୍ୟାଗ, ଭ୍ୟାନିଟ ବ୍ୟାଗ୍ ଇତ୍ୟାଦି ବିଏମସିର ବିଭିନ୍ନ କେନ୍ଦ୍ରରେ ଦେଇଦେବାକୁ ମେୟର ଶ୍ରୀମତି ଦାସ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।