କିଏ ହେଲେ ଭୁବନେଶ୍ୱରର ମହାନଗର ନିଗମର ମେୟର ପ୍ରାର୍ଥୀ

0

      ଆଜି ସକାଳେ କଂଗ୍ରେସ ଭୁବନେଶ୍ୱର ଲାଗି ମେୟର ପ୍ରାର୍ଥୀ ଭାବେ ମଧୁସ୍ମିତା ଆଚାର୍ଯ୍ୟ ଭାବେ ଘୋଷଣା ପରେ ଅପରାହ୍ନ ରେ କଳିଙ୍ଗ ସେନା ମହାୟା ନିଜର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି  I ଅନ୍ୟପକ୍ଷରେ ଏଯାଏ ବିଜେପି ଓ ବିଜେଡି ସେମାନଙ୍କ ର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହାନ୍ତି I ଭୁବନେଶ୍ୱର  ମହାନଗର ଲାଗି କଳିଙ୍ଗ ସେନା ଏହାର ମେୟର ପ୍ରାର୍ଥୀ ଘୋଷଣା କରିଛି I  ଯୁବ ବର୍ଗଙ୍କୁ ସବୁବେଳେ ଅଧିକ ପ୍ରାଧାନ୍ୟ ଦେଉଥିବା କଳିଙ୍ଗ ସେନା ଆଇନର ଛାତ୍ରୀ ସୁଶ୍ରୀ ମିଶ୍ର ଙ୍କୁ ମେୟର ପ୍ରାର୍ଥୀ ଭାବେ ଚୟନ କରାଯାଇଛି I ମେୟର ପ୍ରାର୍ଥୀ ଙ୍କ ନାମ ଘୋଷଣା ପରେ ଖୁବଶୀଘ୍ର ବିଭିନ୍ନ ୱାର୍ଡରେ କର୍ପୋରେଟର ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରାଯିବ ବୋଲି କହିଛନ୍ତି କଳିଙ୍ଗ ସେନା ସୁପ୍ରିମୋ ହେମନ୍ତ ରଥ I ଏହି ସାମ୍ବାଦିକ ସମ୍ମିଳନୀରେ ମେୟର ପ୍ରାର୍ଥୀନୀ ସ୍ମିତା ମିଶ୍ରଙ୍କ ସହିତ ଦଳର ଅନ୍ୟ କରମ କରତା ମାନେ ମଧ୍ୟ ଉପସ୍ଥିତ ଥିଲେ I  ମିଳିଥିବା ସୂଚନା ଅନୁଯାୟୀ ବିଜେଡିର ମେୟର ପ୍ରାର୍ଥୀ ଭାବେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଝିଅ ତନୟI ପଟନାୟକ ଓ ଅଚ୍ୟୁତ ସାମନ୍ତଙ୍କ ଭଉଣୀ ଇତି ସାମନ୍ତ ଙ୍କ ନାମକୁ ନେଇ ଜୋରଦ୍ଵା,ର ଚର୍ଚା ହେଉଛି ହେଲେ ଆଉ କିଛି ଦଳୀୟ କର୍ମୀଙ୍କ ନାମ ଙ୍କୁ ନେଇ ଚର୍ଚା ହେଉଥିବା ବେଳେ ବିଜେପିର ପ୍ରାଥୀ କିଏ ହେବ ଆଦୌ ଜଣାପଡ଼ୁନି ପୌର ନିର୍ବାଚନ ଲାଗି ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବI ବେଳେ କେବେ ବିଜେପି ଓ ବିଜେଡି ସେମାନଙ୍କର ମେୟର ପ୍ରାଥୀଙ୍କ ନାମ ଘୋଷଣା କରିବେ ଦେଖିବାକୁ ବାକି ରହିଲା I

Leave A Reply

Your email address will not be published.