ମ୍ୟାଟ୍ରିକ ଖାତା ଦେଖା କୁ ନେଇ ସୂଚନା ଦେଇଛନ୍ତି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ l ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ର ସଭlପତି ଗଣମାଧ୍ୟମ କୁ ପତିକ୍ରିୟା ଦେବାକୁ ଯାଇ କହିଛନ୍ତି ଯେ ଚଳିତ ବର୍ଷ ମାଟ୍ରିକ ଖାତା ଦେଖା ବିଳମ୍ବ ହୋଇଛି l ମାତ୍ର ତାଲା ବନ୍ଦ କଟକଣା ହଟିବା ପରେ ଏନେଇ ତୁରନ୍ତ ବ୍ୟବସ୍ଥା କରାଯିବ l ଏଥିସହ ମୂଲ୍ୟାଙ୍କନ କେନ୍ଦ୍ର ଗୁଡିକ ବୃଦ୍ଧି କରାଯିବା ସହ ମୂଲ୍ୟାଙ୍କନକାରୀ ଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ l ପୂର୍ବରୁ 61 ଟି ମୂଲ୍ୟାଙ୍କନ କେନ୍ଦ୍ର ମାନଙ୍କରେ ମ୍ୟାଟ୍ରିକ ଖାତା ମୂଲ୍ୟାଙ୍କନ କରାଯାଉଥିଲା l କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ଭାଇରସ୍ ଯୋଗୁ କେନ୍ଦ୍ର ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି l ତେଣୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାଙ୍କନ ଏକ ପ୍ରକାରର ବନ୍ଦ ହୋଇଯାଇଛି l ଏହି ଲକ୍ ଡାଉନ୍ ସମୟରେ ମ୍ୟାଟ୍ରିକ ଖାତା ଦେଖା ବନ୍ଦ ଥିବାରୁ ଲକ୍ ଡାଉନ୍ ର ସମୟସୀମା ପରିସମାପ୍ତି ପରେ ଖାତା ଦେଖା ଆରମ୍ଭ କରାଯିବ ବୋଲି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି l ଖାତା ଦେଖା ଚଳିତ ବର୍ଷ ବିଳମ୍ବ ହେଇଥିବାରୁ ଲକ୍ ଡାଉନ୍ ସମୟସୀମା ପରେ ଏହାକୁ ଶୀଘ୍ର କରିବା ପାଇଁ ବିଭାଗ ପକ୍ଷରୁ ମୂଲ୍ୟାଙ୍କନ କେନ୍ଦ୍ର ଏବଂ ମୂଲ୍ୟାଙ୍କନକାରୀ ଙ୍କ ସଂଖ୍ୟା ବୃଦ୍ଧି କରିବାକୁ ସ୍ଥିର କରାଯାଇଛି l ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାଙ୍କନ ପାଇଁ କୌଣସି ତାରିଖ ଘୋଷଣା କରାଯାଇନାହିଁ କିନ୍ତୁ ଲକ୍ ଡାଉନ୍ ପରେ ଖାତା ମୂଲ୍ୟାଙ୍କନ ଆରମ୍ଭ କରିବାକୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l