ତାଲାବନ୍ଦ କୁ ନେଇ ରାଜ୍ୟ ସ୍ଵାସ୍ଥ୍ଯ ମନ୍ତ୍ରୀ ନବ ଦାସ ତାଙ୍କର ମତ ପ୍ରକାଶ କରିଛନ୍ତି l କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ନିୟମକୁ ଆହୁରି ମାସେ ବଢାଇବାକୁ କହିଛନ୍ତି l ସେ କହିଛନ୍ତି ତାଲାବନ୍ଦ ଯୋଗୁଁ ଆମେ କରୋନା ଚେନ୍ କୁ ଭାଙ୍ଗି ପାରିବା ବୋଲି କହିଛନ୍ତି l ଦେଶରେ ଲକ୍ ଡାଉନ୍ କଟକଣାକୁ ବଢ଼ାଇଲେ ଆହୁରି ଫଳପ୍ରଦ ହେବ l ବହୁତ ଦେଶରେ କରୋନା ଭାଇରସ୍ ତାହାର ଭୟାବହ ଦେଖାଇଛି l ସରକାର ଦେଶରେ ଲକ୍ ଡାଉନ୍ କଟକଣାକୁ କଡ଼ାକଡ଼ି ପାଳନ କରୁଥିବାରୁ ଦେଶରେ ସ୍ଥିତି ନିୟନ୍ତ୍ରଣ ଅଛି ବୋଲି କୁହାଯାଇପାରେ l ଲକ୍ ଡାଉନ୍ କୁ ସରକାର ଦ୍ଵିତୀୟ ପର୍ଯ୍ୟାୟକୁ ବଢ଼ାଇଥିଲେ l ତଥାପି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି l ମହାମାରୀ କରୋନା ମୁକାବଲା ପାଇଁ ଲକ୍ ଡାଉନ୍ ନିୟମକୁ ମାସେ ଘୁଞ୍ଚାଇବା ଉଚିତ୍ ଏବଂ ତାସହିତ ସାମାଜିକ ଦୂରତା କୁ ବଜାୟ ରଖିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି l ବାହାରକୁ ଆସୁଥିବା ଓଡିଆ ମାନଙ୍କୁ ସେହି ରାଜ୍ୟରେ କରୋନା ପରୀକ୍ଷା କରାଯାଇ ଓଡିଶା ଆସିବାକୁ କେନ୍ଦ୍ର ସରକାର ବ୍ୟବସ୍ଥା କରନ୍ତୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି l