ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଟାଣି ନେଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ପେଣ୍ଠପାଳ ନିକଟ ବ୍ରାହ୍ମଣୀ ନଦୀରୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ ଅଳପୁଆ ପଞ୍ଚାୟତର ଅଳପୁଆଡିଆ ଗାଁର ମଞ୍ଜୁଲତା ଭଞ୍ଜ ।
ମିଳିଥିବା ସୂଚନା ଅନୁଯାୟୀ ସୋମବାର ଅଳପୁଆଡ଼ିଆ ଗାଁର ମଞ୍ଜୁଲତା ଭଞ୍ଜ ଅପରାହ୍ଣରେ ଖାଇ ସାରି ବ୍ରାହ୍ମଣୀ ନଦୀକୁ ବାସନ ମାଜିବାକୁ ଯାଇଥିଲେ। ବହୁ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋଲେ ନଦୀ କୂଳକୁ ଯାଇ ଖୋଜାଖୋଜି କରିଥିଲେ। ସେଠାରେ ତାଙ୍କ ଚପଲ ପଡ଼ିଥିବା ପରିବାର ଲୋକେ ଏବଂ ଗ୍ରାମବାସୀ ଦେଖିବାକୁ ପାଇଥିଲେ।
ବହୁ ଖୋଜାଖୋଜି ପରେ ମଧ୍ୟ ମଞ୍ଜୁଲତାଙ୍କୁ ପାଇ ନଥିଲେ। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ପ୍ରଶାସନ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ନଦୀରେ ତଲାସି ଅଭିଯାନ ଆରମ୍ଭ କରିଥିଲେ। ବହୁ ଖୋଜାଖୋଜି ପରେ ଆଜି ମଞ୍ଜୁଲତାଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି।