କାଳ ହେଲା ବୋଲବମ ଯାତ୍ରା: ୫ କାଉଡିଆଙ୍କ ଉପରେ ମାଡ଼ିଗଲା ଡମ୍ଫର

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କାଳ ହେଲା ବୋଲବମ ଯାତ୍ରା । ଅକାଳରେ ଚାଲିଗଲା ୫ଜଣଙ୍କ ଜୀବନ । କାଉଡିଆଙ୍କ ଉପରେ ମାଡ଼ିଗଲା ଡ଼ମ୍ଫର । ଦୁର୍ଘଯଣାରେ ୫ଜଣ କାଉଡିଆଙ୍କ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶର ହାଥରସରେ ଏପରି ଅଭାବନୀୟ ଘଟଣା ଘଟିଛି। ଘଟଣାନୁଯାୟୀ, ହାଥରସ ଥାନା ଦେଇ ଯାଇଥିବା ଆଗ୍ରା ରାସ୍ତାରେ କିଛି କାଉଡିଆ ପାଣି ନେଇ ଯାଉଥିଲେ । ସେମାନେ ନିକଟସ୍ଥ ଶିବ ମନ୍ଦିରରେ ଜଳାଭିଷେକ କରିଥାନ୍ତେ । କିନ୍ତୁ ଶୁକ୍ରବାର ବିଳମ୍ବିତ ରାତ୍ରରେ ଏକ ଡମ୍ପର ନିୟନ୍ତ୍ରଣ ହରାଇ ସେମାନଙ୍କ ଉପରେ ଚଢି ଯାଇଥିଲା । ଘଟଣାସ୍ଥଳରେ ହିଁ ୫ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଥିଲା । ଏହାସହ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଆଗ୍ରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କର ଚିକିତ୍ସା ଚାଲିଛି ।

ଏହି କାଉଡିଆମାନେ ହରିଦ୍ୱାରରୁ ଗଙ୍ଗାଜଳ ନେଇ ମଧ୍ୟପ୍ରଦେଶର ଗ୍ୱାଲିଅର ଯାଇଥାନ୍ତେ । କିନ୍ତୁ ବାଟରେ ଏପରି ଅଘଟଣ ଘଟିଥିଲା । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଁଚି ଉଦ୍ଧାରକାର୍ୟ୍ୟ ଆରମ୍ଭ କରିଥିଲା ବେଳେ ଘଟଣାର ତଦନ୍ତ ଜାରି ରହିଛି । ଡ୍ରମ୍ଫରଟି କିପରି କାଉଡିଆଙ୍କ ଉପରେ ମାଡିଗଲା । ତାର ତଦନ୍ତ କରୁଛି ପୋଲିସ । ସେପଟେ ମୃତକଙ୍କ ଗାଁରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.