ଠାକୁରମୁଣ୍ଡା(ଓଡ଼ିଆ ନ୍ୟୁଜ୍ ): କଲଭର୍ଟରେ ପିଟି ହେଲା ବୋଲେରୋ, ୨ ମୃତ ୩ ଗୁରୁତର । ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତରାମରା ନିକଟରେ କଲଭର୍ଟରେ ପିଟି ହେଲା ବୋଲେରୋ ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଡ଼ିଛି। ଦୁଇ ମୃତକ ହେଲେ କ୍ଷେତ୍ରବାସୀ ମହାରଣା(୩୬) ଓ କୁଳମଣି ଦାସ(୫୦)। ଖାଲିସେତିକି ନୁହେଁ ବୋଲେରୋରେ ଥିବା ଚାଳକଙ୍କ ସମେତ ଅନ୍ୟ ୩ ଜଣ ଗୁରୁତର ହୋଇଥିଲେ। ସମସ୍ତେ ଗୋଡ଼ଭଙ୍ଗା ଅଞ୍ଚଳର ବୋଲି ଜଣାଯାଇଛି। ସେମାନଙ୍କୁ ଠାକୁରମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।