୫୮ ବର୍ଷ ବୟସରେ ବଲିଉଡ ଅଭିନେତା ଅଖିଲ ମିଶ୍ରାଙ୍କ ପରଲୋକ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ)୫୮ ବର୍ଷ ବୟସରେ ବଲିଉଡ ଅଭିନେତା ଅଖିଲ ମିଶ୍ରାଙ୍କ ପରଲୋକ। । ଅଖିଲ ଆମୀର ଖାନଙ୍କ ଫିଲ୍ମ ୩ ଇଡିଅଟ୍ସରେ ଲାଇବ୍ରେରିଆନ ଡୁବି ଭୂମିକାରେ ଅଭିନୟ କରିଥିଲେ  । କାମ କରୁଥିବା ସମୟରେ ବିଲଡିଂରୁ ଖସିଯିବା ପରେ ଅଭିନେତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅଖିଲ ମିଶ୍ରଙ୍କ ଆକସ୍ମିକ ଦେହାନ୍ତ ଖବର ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି । ଏହି ଘଟଣା ଘଟିବା ପରେ ତାଙ୍କ ପତ୍ନୀ  ଅଭିନେତ୍ରୀ ସୁଦାନ ବର୍ନର୍ଟ ହାଇଦ୍ରାବାଦରେ ଥିଲେ। ଖବର ଶୁଣିବା ପରେ ସେ ସଙ୍ଗେ ସଙ୍ଗେ ଫେରି ଆସିଥିଲେ। ୫୮ ବର୍ଷୀୟ ଅଭିନେତା ତାଙ୍କ ରୋଷେଇ ଘରେ କାମ କରୁଥିବାବେଳେ ସେ ଖସିପଡିଥିଲେ। ତାଙ୍କ ଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା  । ଅଖିଲ ଟିଭିରେ ଅନେକ ସୋ ମଧ୍ୟ କରିଥିଲେ। ସେ ଉତରନ୍,  ଉଡାନ୍,  ସିଆଇଡି, ଶ୍ରୀମାନ ଶ୍ରୀମତି, ହାତିମ ଭଳି ଅନେକ ଟେଲିଭିଜନ୍ ସାରେ ନିଜ ଅଭିନୟର ଜାଦୁ ଦେଖାଇଥିଲେ ।

ଅଖିଲ ଅନେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ସେ ଡନ୍, ଗାନ୍ଧୀ , ମାଇଁ ଫାଦର ,ଶିଖର , କମଲା କି ମୌତ୍ ଭଳି ଚଳଚ୍ଚିତ୍ରରେ ଭୂମିକା ଗ୍ରହଣ କରିଥିଲେ। ଏହି ଚଳଚ୍ଚିତ୍ରରେ ଆମୀର ଖାନ, ଶର୍ମାନ ଯୋଶୀ, କରୀନା କପୁର ଖାନ, ଆର ମାଧବନ, ବୋମାନ ଇରାନୀ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଲୋକପ୍ରିୟ ସୋ ‘ଉତରନ୍ ‘ରେ ଉମେଦ ସିଂ ବୁନ୍ଦେଲାଙ୍କ ଚରିତ୍ରରେ ଅଭିନୟ କରିଥିଲୋ ।

Leave A Reply

Your email address will not be published.