ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଭାରତୀୟ ସିନେମାର ଦିଗ୍ଜ ଓ ଲୋକପ୍ରିୟ କଳାକାର ଅଟନ୍ତି। ତାଙ୍କୁ ଦାଦା ସାହେବ ଫାଲକେ ସମ୍ମାନ ମିଳିବାକୁ ଯାଉଛି। ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଟ୍ବିଟ କରି ସୂଚନା ଦେଇଛନ୍ତି। ଅକ୍ଟୋବର ୮ ନ୍ୟାଶନାଲ ଫିଲ୍ମ ଆଓ୍ବାର୍ଡ ସମାରୋହରେ ତାଙ୍କୁ ଏହି ଆଓ୍ବାର୍ଡରେ ସମ୍ମାନିତ କରାଯିବ। ଭାରତୀୟ ସିନେମାରେ ତାଙ୍କର ବିଶିଷ୍ଟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିବାକୁ ଯାଉଛି।
ଆସନ୍ତାମାସ 8 ତାରିଖରେ ଆୟୋଜିତ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ହେବାକୁ ଯାଉଥିବା ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ମିଥୁନ ଏହି ସମ୍ମାନ ଗ୍ରହଣ କରିବେ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ‘ଦାଦା ସାହେବ ଫାଲକେ’ ହେଉଛି ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ । ହିନ୍ଦୀ ସମେତ ବଙ୍ଗଳା, ଓଡ଼ିଆ, ଭୋଜପୁରୀ ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିଛନ୍ତି ମିଥୁନ ଦାଦା । ବର୍ତ୍ତମାନ ସୁଦ୍ଧା ସେ ପ୍ରାୟ 350 ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଛନ୍ତି । ‘ମୃଗୟା’ ସିନେମାରୁ ମିଥୁନ ତାଙ୍କ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ।
ପ୍ରଥମରୁ ତାଙ୍କୁ ବେଶ୍ ସଂଘର୍ଷମୟ ସମୟ ଥିବା ବେଳେ ସମୟକ୍ରମେ ସେ ଜଣେ ସଫଳ ଅଭିନେତା ଭାବେ ନିଜକୁ ପରିଚିତ କରାଇବାରେ ସଫଳ ହୋଇଥିଲେ। ଏକ ସମୟରେ ମିଥୁନ୍ ଦାଙ୍କୁ ଲୋକେ ସୁପର୍ଷ୍ଟାର୍ ବୋଲି ଭାବୁଥିଲେ। ଏବେ ପର୍ଯ୍ୟନ୍ତ ବି ସେ ତାଙ୍କର ଅଭିନୟ ଯାତ୍ରା ଅବ୍ୟାହତ ରଖିଛନ୍ତି। ମୁଖ୍ୟ ଚରିତ୍ର ନହେଲେ ବି ପାର୍ଶ୍ବ ଚରିତ୍ର ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରାଉଛନ୍ତି।
Comments are closed.