ଓଡ଼ିଆ ନ୍ୟୁଜ୍: ଭୁବନେଶ୍ୱର କୋର୍ଟକୁ ପୁଣି ଥରେ ବୋମା ଧମକ । ବୋମା ଆତଙ୍କରେ ଆସିଥିବା ଲୋକେ ଛାନିଆ ହୋଇଛନ୍ତି । ଘଟଣାକୁ ଗୁରୁତର ସହ ନେବା ପରେ ପୋଲିସ, ଅଗ୍ନିଶମ ବାହିନୀ, ଡଗ୍ ସ୍କ୍ୱାଡ୍, ବମ୍ ସ୍କ୍ୱାଡ୍ ଏବଂ ସନ୍ଧାନୀ କୁକୁର ଦ୍ୱାରା ବିଭିନ୍ନ କୋଣ ଅନୁକୋଣରେ ଯାଞ୍ଚ ଚାଲିଛି । ସେପଟେ ବରିଷ୍ଠ ଆଇନଜୀବୀ କହିଛନ୍ତି ଯେ, ସବୁକିଛି ସାମାନ୍ୟ ଅଛି ତଦନ୍ତ ଚାଲିଛି ଲୋକଙ୍କୁ ଆତଙ୍କିତ ନହେବାକୁ ଅପିଲ କରାଯାଇଛି ।
ଭୁବନେଶ୍ୱର ସ୍ଥିତ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟକୁ ବୋମାରେ ଉଡାଇଦେବାକୁ ଇ-ମେଲ୍ ଯୋଗେ ମିଳିଛି ଧମକ । ଏହାକୁ ନେଇ କୋର୍ଟ ପରିସରରେ ଚାଞ୍ଚଲ୍ୟ ଖେଳିଯାଇଛି । ଏଭଳି ଧମକପୂର୍ଣ୍ଣ ମେଲ୍ ମିଳିବା ପରେ ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସ ଭିତରେ ଡଗ୍ ସ୍କ୍ୱାଡ୍ ଦ୍ୱାରା ତନ ତନ କରି ଯାଞ୍ଚ କରାଯାଇଥିଲା । ତେବେ ଯାଞ୍ଚ ପରେ ଏହା ଗୁଜବ ବୋଲି ଜଣାପଡିଛି ।