ଝାରସୁଗୁଡ଼ା(ଓଡ଼ିଆ ନ୍ୟୁଜ୍): ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ପାଇଁ ଜାରି ରହିଛି ଭୋଟ୍ ଗଣତି। ଷଷ୍ଠ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ଅଳକା ମହାନ୍ତିଙ୍କୁ ୨୯୮୮୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡା ୭୮୧୮ ଖଣ୍ଡ ଭୋଟ୍ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି । କଂଗ୍ରେସର କିଶୋର ପଟେଲଙ୍କୁ ୬୦୮୮ ଖଣ୍ଡ ଭୋଟ୍ ମିଳିଛି । ଷଷ୍ଠ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ୨୨୨୫୧ ଖଣ୍ଡ ଭୋଟ୍ ରେ ବିଜେପିଠୁ ଆଗୁଆ ଅଛନ୍ତି । ଭୋଟ୍ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ସୂଚନାଯୋଗ୍ୟ, ପ୍ରଥମ ରାଉଣ୍ଡରେ ବିଜେଡିର ଅଳକା ମହାନ୍ତିଙ୍କୁ ୪୭୩୩ ଭୋଟ ମିଳିଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ୧୧୪୪ ଓ କଂଗ୍ରେସର କିଶୋର ପଟେଲଙ୍କୁ ୧୦୧୪ ଭୋଟ ମିଳିଥିଲା। ସେହିପରି ୨ୟ ରାଉଣ୍ଟରେ ବିଜେଡିର ଅଳକା ମହାନ୍ତିଙ୍କୁ ୧୦୨୪୮ଟି ଭୋଟ ମିଳିଥିବାବେଳେ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ୨୬୨୩ ଓ କଂଗ୍ରେସର କିଶୋର ପଟେଲଙ୍କୁ ୧୬୯୯ ଟି ଭୋଟ ମିଳିଛି । ସେହିପରି ସିପିଆଇକୁ ୨୧୨ ଭୋଟ୍ ମିଳିଛି।