ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିର ପରିସରରେ ଶିଶୁମାନଙ୍କ ପାଇଁ ହେବ ସ୍ତନ୍ୟପାନ ଗୃହ। ବିଶେଷକରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଓ ମା’ମାନଙ୍କ ପାଇଁ ବ୍ୟବସ୍ଥା।ଏନେଇ ସ୍ବତନ୍ତ୍ର ଗୃହ ସ୍ଥାପନ ପାଇଁ ସ୍ଥାନ ନିରୂପଣ କରାଯାଇଥିବା ସୂଚନା।ଶ୍ରୀମନ୍ଦିର ପରିସର ଶାଖା କାର୍ଯ୍ୟାଳୟ ନିକଟରେ ସ୍ତନ୍ୟପାନ ଗୃହ ପାଇଁ ନିଷ୍ପତ୍ତି।ସ୍ତନ୍ୟପାନ ଗୃହ ପରିଚାଳନା ପାଇଁ ଜଣେ ସ୍ବତନ୍ତ୍ର ମହିଳା ସହାୟିକା ରହିବେ।ତୁରନ୍ତ କାର୍ଯ୍ୟକାରୀ ପାଇଁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ।
ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ବିଦାୟୀ ଆରକ୍ଷୀ ଅଧୀକ୍ଷକ ପୀନାକ୍ ମିଶ୍ର, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ବରିଷ୍ଠ ସୁପରଭାଇଜର୍ ବକ୍ସି ପ୍ରତିହାରୀ, ସହକାରୀ ପ୍ରଶାସିକା ଶୁଭଶ୍ରୀ ସୁଚୀସ୍ମିତା ଓ ଅନ୍ଯ ଅଧିକାରୀ ଏ ସମ୍ବନ୍ଧରେ ଆଲୋଚନା କରି ଏହି ସ୍ବତନ୍ତ୍ର ଗୃହ ପାଇଁ ସ୍ଥାନ ନିରୂପଣ କରିଛନ୍ତି।ଶ୍ରୀମନ୍ଦିର ପରିସରରେ ପ୍ରଶାସନର ଶାଖା କାର୍ଯ୍ଯାଳୟ ନିକଟରେ ଏହା କାର୍ଯ୍ୟକ୍ଷମ ହେବାକୁ ନିଷ୍ପତ୍ତି ହୋଇଛି l ସମ୍ପୃକ୍ତ ଗୃହର ଗୋପନୀୟତା, ପରିମଳ ଓ ମା’ ତଥା ଶିଶୁଙ୍କ ସ୍ବାଛନ୍ଦ୍ୟ ଉପରେ ଦୃଷ୍ଟି ରଖିବା ପାଇଁ ଜଣେ ସ୍ୱତନ୍ତ୍ର ମହିଳା ସହାୟିକା ମଧ୍ଯ ରହିବେ।