ପୁଣି ବଢିଲା ବ୍ରିଜ ଭୂଷଣ ସିଂଙ୍କ ଅଡୁଆ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ପାଇଁ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । ତାଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପୀଡନ ମାମଲାକୁ ନେଇ ସେ ବିବାଦ ଘେରରେ ଅଛନ୍ତି । ଏହାରି ଭିତରେ ତାଙ୍କ ବିରୋଧରେ ବେଆଇନ ଖଣି ଖନନ ମାମଲାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ଗୁରୁବାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ରାଜା ରାମ ସିଂ ନାମକ ଜଣେ ବ୍ୟକ୍ତି ଗୋଣ୍ଡାର ୩ଟି ଗାଁରେ ବେଆଇନ ଖଣି ଖନନ ପାଇଁ ବ୍ରିଜ ଭୂଷଣଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ଏନଜିଟି ଯାଞ୍ଚ ପାଇଁ ଏକ ମିଳିତ କମିଟି ଗଠନ କରିଛି ଯେଉଁଥିରେ ପରିବେଶ ମନ୍ତ୍ରଣାଳୟ, ସିପିସିବି, ନ୍ୟାସନାଲ ମିଶନ ଫର କ୍ଲିନ ଗଙ୍ଗା, ଉତ୍ତର ପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଗୋଣ୍ଡାର ଡିଏମ ଅନ୍ତର୍ଭୁକ୍ତ। ବେଆଇନ ଖଣି ଏବଂ ଓଭରଲୋଡ ଟ୍ରକ ଯୋଗୁଁ ପରିବେଶରେ ହୋଇଥିବା କ୍ଷୟକ୍ଷତିର କମିଟି ଯାଞ୍ଚ କରିବ।

Leave A Reply

Your email address will not be published.