ବ୍ରିଟେନର ନଂ୧ ଧନୀ ହେଲେ ଭାରତୀୟ ବଂଶୋଦ୍ଭବ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବ୍ରିଟେନର ନଂ୧ ଧନୀ ହେଲେ ଭାରତୀୟ ବଂଶୋଦ୍ଭବ। ଦିନ ଥିଲା ବ୍ରିଟେନ ଭାରତକୁ ଶାସନ କରୁଥିଲା । ବ୍ରିଟିଶମାନେ ଭାରତୀୟଙ୍କୁ ଲୁଟ କରି ନିଜେ ଧନୀ ହୋଇଯାଇଥିଲେ । କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି । ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟେନର ପ୍ରଧାନମନ୍ତ୍ରୀ ଥିବାବେଳେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟେନର ନଂ୧ ଧନୀ ବ୍ୟକ୍ତିରେ ପରିଣତ ହୋଇଛନ୍ତି । ଏପରିକି ତାଙ୍କ ସଂପତ୍ତିର ପରିମାଣ ବ୍ରିଟେନର ରାଜା ଚାର୍ଲସଙ୍କଠାରୁ ବି ଅଧିକ । ଏହି ବ୍ୟକ୍ତି ହେଉଛନ୍ତି ଗୋପୀ ହିନ୍ଦୁଜା । ହିନ୍ଦୁଜା ପରିବାରର ସମ୍ପତ୍ତି ବ୍ରିଟେନର ନୂଆ ରାଜା ଚାର୍ଲସଙ୍କ ଠାରୁ ଅଧିକ। ଚଳିତ ବର୍ଷର ଟାଇମ୍ସ ରିଚ୍ ଲିଷ୍ଟ ଅନୁଯାୟୀ ଗୋପୀ ହିନ୍ଦୁଜା ଏବଂ ତାଙ୍କ ପରିବାରର ମୋଟ ସମ୍ପତ୍ତି ୩୫ ବିଲିୟନ ପାଉଣ୍ଡ ହେବ ବୋଲି ଆକଳନ କରାଯାଇଛି। ଏହା ସମଗ୍ର ରାଜପରିବାରର ମିଳିତ ସମ୍ପତ୍ତିଠାରୁ ଅଧିକ। ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠିବ ଗୋପୀ ହିନ୍ଦୁଜା କିଏ ? ତେବେ ତାଙ୍କ କମ୍ପାନି ନାଁ ଜାଣିଲେ ଆପଣ ସବୁକିଛି ବୁଝିପାରିବେ ।

ରାସ୍ତାରେ ଚାଲୁଥିବା ଅଶୋକ ଲେଲ୍ୟାଣ୍ଡ ଟ୍ରକକୁ ଆପଣ ନିଶ୍ଚୟ ଦେଖିଥିବେ । ଟ୍ରକ୍ କ୍ଷେତ୍ରରେ ଏହି କମ୍ପାନୀ ଟାଟାକୁ ଟକ୍କର ଦେଇଥାଏ। ଗୋପୀ ହିନ୍ଦୁଜା ହିନ୍ଦୁଜା ହେଉଛନ୍ତି ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ, ଯେଉଁଥିରେ ଅଶୋକ ଲେଲାଣ୍ଡ ଏକ ଶାଖା କମ୍ପାନି । ୨୦୨୩ ମେ’ ମାସରେ ପିତା ଶ୍ରୀଚନ୍ଦ ଏସ୍ ପି ହିନ୍ଦୁଜାଙ୍କ ମୃତ୍ୟୁ ପରଠାରୁ ଭାରତୀୟ ବଂଶୋଦ୍ଭବ ଗୋପୀ ହିନ୍ଦୁଜା(୮୩) ଏହି ଗ୍ରୁପ୍ ଚଳାଉଛନ୍ତି। ଅଟୋମୋବାଇଲ୍ସ, ଫାଇନାନ୍ସିଆଲ ସର୍ଭିସ, ଆଇଟି, ହେଲଥକେୟାର, ମିଡିଆ, ସାଇବର ସିକ୍ୟୁରିଟି, ଇନଫ୍ରାଷ୍ଟ୍ରକଚର ଆଦି ୧୧ଟି କ୍ଷେତ୍ରରେ ଏହି ଗ୍ରୁପର କମ୍ପାନି ରହିଛି ।

Leave A Reply

Your email address will not be published.