ଜାତୀୟ ରାଜପଥ ଉପରେ ବୁଲୁଛି ଗୋଠଛଡ଼ା ଦନ୍ତା, ଲୋକେ ଭୟଭୀତ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଜାତୀୟ ରାଜପଥ ଉପରେ ବୁଲୁଛି ଗୋଠଛଡ଼ା ଦନ୍ତା। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରପାଳିକାର ଜାଗୃତିକଲୋନିରେ  ବୁଲୁଛି ଦନ୍ତା। ହାତୀକୁ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଯାଇଥିଲେ। ମିଳିଥିବା ସୂଚନା ଅନୁଯାଇ ଶୁକ୍ରବାର ଭୋର ପ୍ରାୟ ତିନିଟା ସମୟରେ ବୀରମିତ୍ରପୁର ଜାଗୃତିକଲୋନିରେ ଏକ ଗୋଠଛଡା ଜଙ୍ଗଲୀ ଦନ୍ତା ପଶିଯାଇଥିଲା। କଲୋନିବାସୀ ଭୟଭୀତ ହୋଇପଡ଼ି ଜୋର ପାଟିତୁଣ୍ଡ କରିବା ସହ ବୀରମିତ୍ରପୁର ବନ ବିଭାଗକୁ ଖବର ଦେଇଥିଲେ। ବୀରମିତ୍ରପୁର ରେଞ୍ଜର ଦୁର୍ଯ୍ୟୋଧନ ଜରେଇ ସ୍ୱତନ୍ତ୍ର ହାତୀ ଘଉଡ଼ାଇବା ଦଳ ସହ ସେଠାରେ ପହଞ୍ଚି ଦନ୍ତାକୁ ସେଠାରୁ ଘଉଡ଼ାଇ ଥିଲେ। ଦନ୍ତା ଜାଗୃତି କଲୋନିରୁ ଦାମଦାପଡା ଜାତୀୟରାଜପଥ ହୋଇ ଜଲଙ୍ଗବିରା ଜଙ୍ଗଲକୁ ଚାଲି ଯାଇଥିଲା।ବୀରମିତ୍ରପୁର ବନରେଞ୍ଜର ହାତିବାରି ବନାଞ୍ଚଳ ଅନ୍ତର୍ଗତ ଓଡ଼ିଶା-ଝାରଖଣ୍ଡ ସୀମାନ୍ତ କରଡେଗା ଗ୍ରାମନିକଟରେ ଥିବା ଲୋଲେଇଖମନ ଜଙ୍ଗଲରେ ନିଜର ବାସସ୍ଥାନ ଭାବରେ ପରିଣତ କରିଥିବା ଏକ  ୧୭ଟିକିଆ ଜଙ୍ଗଲୀ ହାତୀପଲ ରହିଛନ୍ତି।

ଗତକାଲି ରାତିରେ ୧୭ଟି ଜଙ୍ଗଲୀ ହାତୀପଲ କରଡେଙ୍ଗା ଜଙ୍ଗଲରେ ରହିଥିବା ଖବରପାଇ ବୀରମିତ୍ରପୁର ବନ ଅଧିକାରୀ ଦୁର୍ଯ୍ୟୋଧନ ଜରେଇଙ୍କ ନିର୍ଦେଶକ୍ରମେ ସ୍ୱତନ୍ତ୍ର ହାତୀଖେଦା ଦଳ ରାତିତମାମ ହାତୀପଲଙ୍କୁ ଘୋଉଡ଼େଇ ଓଡିଶାରୁ କରଡେଗା, ବନକୋବା, କାଦୋପାନି ଜଙ୍ଗଲ ଦେଇ ଝାରଖଣ୍ଡ ଜଙ୍ଗଲକୁ ଖେଦିବା ପାଇଁ ଉଦ୍ୟମ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ଦନ୍ତା ଗଠଛଡା ହୋଇଯାଇ ଝୁରମୁର ଜଙ୍ଗଲରେ ରହିଯାଇଥିଲା। ଆଜି ଭୋର ସମୟରେ ଏହି ଦନ୍ତା ବୀରମିତ୍ରପୁର ଜାଗୃତିକଲୋନି ଅଞ୍ଚଳକୁ ପଶିଆସି ଥିଲା। ବନବିଭାଗ କର୍ମଚାରୀ ଓ ବୀରମିତ୍ରପୁର ଥାନା ପୁଲିସ ଜଙ୍ଗଲୀ ହାତୀକୁ ଘୋଉଡ଼େଇ ଥିଲେବି ଦନ୍ତା ତହସିଲ କାର୍ଯାଳୟ, ଜାତୀୟରାଜପଥ ହୋଇ ବୀରମିତ୍ରପୁର ରେଲୱେ ସାଇଡିଂ ବାଟଦେଇ ଜଲଙ୍ଗବିରା ଜଙ୍ଗଲକୁ ପଳେଇଯାଇଛି।

Leave A Reply

Your email address will not be published.