ଭାରତ-ବାଂଲାଦେଶ ସୀମାରେ ବହୁ ଅସ୍ତ୍ରଶସ୍ତ୍ର ଜବତ କଲା ବିଏସଏଫ

ଓଡ଼ିଆ ନ୍ୟୁଜ(ବ୍ୟୁରୋ)ଭାରତ-ବାଂଲାଦେଶ ସୀମାରେ ବହୁ ଅସ୍ତ୍ରଶସ୍ତ୍ର ଜବତ କଲା ବିଏସଏଫ। ଶନିବାର ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ବିଏସଏଫର ୬୮ ବାଟାଲିୟନର ଯବାନମାନେ ଦକ୍ଷିଣ ପଣ୍ଚିମବଙ୍ଗର ସୀମାନ୍ତ ଅନ୍ତର୍ଗତ ଉତ୍ତର ୨୪ ପରଗଣା ଜିଲାର ସୀମା ଆଉଟପୋଷ୍ଟ ମଧୁପୁରଠାରେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକୁ ପଣ୍ଡ କରିଛନ୍ତି। ବିଏସଏଫ ଚାରିଟି ବିଦେଶୀ ପିସ୍ତଲ, ଆଠଟି ମାଗାଜିନ ଏବଂ ୫୦ ଟି ଲାଇଭ କାର୍ଟ୍ରିଜ ଜବତ କରିଛନ୍ତି। ଚୋରା ଚାଲାଣକାରୀମାନେ ଏହି ଅସ୍ତ୍ରଗୁଡ଼ିକୁ ଭାରତରୁ ବାଂଲାଦେଶକୁ ନେବାକୁ ଚେଷ୍ଟା କରୁଥିଲେ। ଦକ୍ଷିଣ ପଣ୍ଚିମବଙ୍ଗର ସୀମାନ୍ତ ବିଏସଏଫର ଜନସମ୍ପର୍କ ଅଧିକାରୀ ଜି.ଜି.କେ ଆର୍ଯ୍ୟ କହିଛନ୍ତି ଏହି ଘଟଣା ଶୁକ୍ରବାର ଏବଂ ଶନିବାର ମଧ୍ୟରାତ୍ରିରେ ରାତି ପ୍ରାୟ ୧୨ଟା ୩୦ ସମୟରେ ଘଟିଥିଲା।

ବିଏସଏଫ ଯବାନମାନେ ବାଂଲାଦେଶ ସୀମାରୁ କିଛି ସାମଗ୍ରୀ ନେଇ ଭାରତୀୟ ସୀମାକୁ ପ୍ରବେଶ କରୁଥିବା ସିସିଟିଭି କ୍ୟାମେରାରେ ତିନି ଜଣଙ୍କୁ ଦେଖିଥିଲେ। ଯବାନମାନେ ସେମାନଙ୍କୁ ଚେତାବନୀ ଦେଇଥିଲେ କିନ୍ତୁ ସେମାନେ ଆଗକୁ ବଢ଼ିଚାଲିଥିଲେ। ଯବାନମାନେ ଗୁଳି ଚାଳନା କରିଥିଲେ। ଚୋରା ଚାଲାଣକାରୀମାନେ ଘନ ବୁଦାର ଆଢୁଆଳରେ ବାଂଲାଦେଶ ଆଡକୁ ଦୌଡ଼ି ପଳାଇଥିଲେ। ଯବାନମାନେ ଉକ୍ତ ସ୍ଥାନର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିଥିଲେ, ସେତେବେଳେ ଏକ ବ୍ୟାଗ ଉଦ୍ଧାର କରାଯାଇଥିଲା ଯେଉଁଥିରେ ଚାରିଟି ଆମେରିକାର ପିସ୍ତଲ,୮ଟି ମାଗାଜିନ ଏବଂ ୫୦ ଟି କାର୍ଟ୍ରିଜ ମିଳିଥିଲା। ଜବତ ସାମଗ୍ରୀ ବଗଦାହ ପୋଲିସ ଷ୍ଟେଶନକୁ ହସ୍ତାନ୍ତର କରାଯାଇଛି।

Comments are closed.