ଓଡ଼ିଆ ନ୍ୟୁଜ୍: 27ରେ ଭାରତରେ ଗଡ଼ିବ ବୁଲେଟ ଟ୍ରେନ। ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫, ୨୦୨୭ରେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ମୁମ୍ବାଇରୁ ଅହମ୍ମଦାବାଦ ମଧ୍ୟରେ ୫୦୮ କିଲୋମିଟର ବ୍ୟାପି ଏହି ହାଇ-ସ୍ପିଡ୍ ରେଳ ପ୍ରକଳ୍ପ ଦେଶର ଯାତ୍ରୀ ପରିବହନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବ।
ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ କରିଡରକୁ ନିମ୍ନଲିଖିତ ପର୍ଯ୍ୟାୟରେ କାର୍ଯ୍ୟକ୍ଷମ କରାଯିବ। ସୁରଟରୁ ବିଲିମୋରା ସ୍ଟେଶନ ପ୍ରଥମ ପର୍ଯ୍ୟାୟରେ ଉଦ୍ଘାଟନ ହେବ।ଭାପିରୁ ସୁରଟ ଦ୍ୱିତୀୟ, ଭାପିରୁ ଅହମ୍ମଦାବାଦ ତୃତୀୟ, ଏହା ପଛକୁ ଥାଣେରୁ ଅହମ୍ମଦାବାଦ ଆଦି ଉଦଘାଟନ ହେବ।