ଆହୁରି ୨ ରୁ ୩ ରାଜ୍ୟରେ ଜାରି ରହିବ ଘନ କୁହୁଡି

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶାରେ ଥଣ୍ଡାର ଥାର୍ଡ ଡିଗ୍ରୀ ।ଭୁବନେଶ୍ୱର ସମେତ ରାଜ୍ୟରେ ଘନ କୁହୁଡ଼ି। ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ କୁହୁଡ଼ିର ପ୍ରଭାବ।ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼ରେ ପ୍ରବଳ କୁହୁଡ଼ି। ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ଥଣ୍ଡା। ସକାଳୁ ସକାଳୁ ଘନ କୁହୁଡ଼ି କରୁଛି କଲବଲ। ଟ୍ୱିନ ସିଟିରେ ବି ପ୍ରବଳ ଥଣ୍ଟା ସାଙ୍ଗକୁ ଘନ କୁହୁଡ଼ି ଝଡ। ବର୍ତ୍ତମାନ ରାତି ତାପମାତ୍ରା ଦୁଇଦିନ ପାଇଁ ସାମୟିକ ଭାବେ କମିବ । ରାତି ତାପମାତ୍ରା ପୁଣି ୨ରୁ ୩ ଡିଗ୍ରୀ ବଢ଼ିପାରେ । ୨-୩ ଦିନ ଅପରିବର୍ତ୍ତିତ ରହିବା ପରେ ପୁଣି ରାତି ତାପମାତ୍ରା ଖସିବ । ପାଣିପାଗର ବିସ୍ତାରିତ ଆକଳନ କହୁଛି, ଆଗାମୀ ସପ୍ତାହ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି ଫେରିପାରେ । ଜାନୁଆରୀରେ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ କମ୍ ରହିବା ସମ୍ଭାବନା ଅଛି ।

ଓଡ଼ିଶାରେ ଚଳିତ ଶୀତ ଋତୁରେ ସର୍ବାଧିକ କୁହୁଡ଼ି ହୋଇଛି । ଡିସେମ୍ବରର ୩୧ ଦିନ ମଧ୍ୟରେ ୨୬ଦିନ ଓଡ଼ିଶାରେ କୁହୁଡ଼ି ହୋଇଛି । ଏହା ଦେଶରେ ସର୍ବାଧିକ । ଉତ୍ତର ଭାରତର ହିମାଚଳ, କାଶ୍ମୀର, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନରେ ବି ଏତେ ଦିନ ଧରି କୁହୁଡ଼ି ଲାଗି ରହିନି । କୁହୁଡ଼ିର ଘନ ଆସ୍ତରଣ ପାଇଁ ରାଜ୍ୟରେ ବାୟୁମଣ୍ଡଳରେ ପ୍ରଦୂଷଣ ଆସ୍ତରଣ ବଢ଼ୁଛି । ଧୂଳିକଣାର ପରସ୍ତ ଭାସି ବୁଲୁଛି ବାୟୁରେ । ସେହିପରି କୁହୁଡ଼ି ଯୋଗୁ ଖରା ପଡ଼ୁନଥିବାରୁ ଦିନ ତାପମାତ୍ରା ବି ବଢ଼ିପାରୁନି । ଗୁରୁବାର ସାଢ଼େ ୧୧ଟାବେଳେ ଭୁବନେଶ୍ୱର ତାପମାତ୍ରା ମାତ୍ର ୨୦ ଡିଗ୍ରୀ ସେଲସିୟସ୍ ଥିଲା । ଏହା ସ୍ୱାଭାବିକଠାରୁ ପ୍ରାୟ ୪ ଡିଗ୍ରୀ କମ୍ ।

Leave A Reply

Your email address will not be published.