ସନ୍ଧ୍ୟା ୫ଟା ସୁଦ୍ଧା ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ୬୯ ପ୍ରତିଶତ ପଡ଼ିଲା ଭୋଟ୍‌

0

ଝାରସୁଗୁଡ଼ା(ଓଡ଼ିଆ ନ୍ୟୁଜ୍‌): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗ୍ରହଣ। ସନ୍ଧ୍ୟା ୫ଟା ସୁଦ୍ଧା ୬୯ପ୍ରତିଶତ ମତଦାନ ହୋଇଛି । ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଜଣ ଭୋଟର ଭୋଟ ଦେଉଛନ୍ତି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଦିନ ୧୧ ଟା ସୁଦ୍ଧା ୨୩ ପ୍ରତିଶତ ମତଦାନ ହୋଇଥିଲା ଓ ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଥିଲା ।

କହିରଖୁ କି, ଆଜି ସକାଳ ୭ ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ ପର‌୍ୟ୍ୟନ୍ତ ଏହା ଜାରି ରହିବ। ଏହି ନିର୍ବାଚନମଣ୍ଡଳୀର ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର୍ ନିଜର ମତ ସାବ୍ୟସ୍ତ କରିବେ। ନିଜର ବହୁମୂଲ୍ୟ ଭୋଟ ଦେଇ ନିଜର ପ୍ରତିନିଧି ବାଛିବେ। ଭୋଟ ଗ୍ରହଣ ପାଇଁ ୨୭୯ ବୁଥ ହୋଇଛି । ଏଥର ୬୦ଟି ବୁଥ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଥିବା ବେଳେ ସେସବୁ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଭିଡିଓଗ୍ରାଫି କରାଯାଉଛି । ତେବେ ମଇଦାନରେ ୧୧ ଜଣ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିର ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା ଏବଂ କଂଗ୍ରେସର କିଶୋର ପଟେଲ। ଆଜି ସନ୍ଧ୍ୟାରେ ଇଭିଏମରେ ସବୁ ପ୍ରାର୍ଥଙ୍କ ଭାଗ୍ୟ ବୁକ୍ ହେବ। ଆସନ୍ତା ୩ ତାରିଖରେ ଭୋଟ ଗଣତି ହେବ।

Leave A Reply

Your email address will not be published.