ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ତଥା ଅଧ୍ଯକ୍ଷ ପଦ୍ମବିଭୂଷଣ ସି. ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଈଟିଭି କର୍ମଚାରୀ । ଓଡ଼ିଶାରେ ପ୍ରଥମଥର ପାଇଁ ଇଟିଭି ଏକ ସାଟଲାଇଟ୍ ନ୍ୟୁଜ୍ ଚ୍ୟାନେଲ ଭାବରେ ପ୍ରସାରଣ କରିବା ସହିତ ଦେଶରେ ରାମୋଜୀ ଫିଲ୍ମ ସିଟି ଏବଂ ରାମୋଜୀ ଗ୍ରୁପ ଏକ ଉଦାହରଣ ସୃଷ୍ଟି କରିବାରେ ସଫଳ ହୋଇଥିଲା । ଆଜି ଈଟିଭି ଓଡିଆର କେତେକ ପୂର୍ବତନ ସହଯୋଗୀ ସୋମବାର ପୂର୍ବାହ୍ନରେ ବିନ୍ଦୁସାଗରରେ ପାରମ୍ପରିକ ରୀତିରେ ଖିଅର ଓ ମୁଣ୍ଡନ ହୋଇଥିଲେ। ସେମାନେ ରାମୋଜୀ ରାଓଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରି ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଏଭଳି ଶ୍ରଦ୍ଧାଞ୍ଜଳି ଦେଇଥିବା ପ୍ରଭାକର ଦଳାଇ ଏବଂ ଦୀନଭଞ୍ଜନ ପଣ୍ଡା କହିଛନ୍ତି ଯେ, ରାମୋଜୀ ରାଓ ଥିଲେ ଭାରତୀୟ ଗଣମାଧ୍ୟମ ଜଗତର ଜଣେ ଦିଗଦ୍ରଷ୍ଟା। ବିଶେଷ କରି ଖବରକାଗଜ, ଟେଲିଭିଜନ ଏବଂ ଡିଜିଟାଲ ମାଧ୍ୟମରେ ସମ୍ବାଦ ପରିବେଷଣ ସହ ମନୋରଞ୍ଜନ କାର୍ଯ୍ୟକ୍ରମର ସେ ଏକ ନୂଆ ଯୁଗ ଆରମ୍ଭ କରିଥିଲେ। ତେଣୁ ଜଣେ ମୁରବୀଙ୍କ ବିୟୋଗରେ ସାରା ଦେଶର ଗଣମାଧ୍ୟମ ଶୋକ ପାଳନ କରୁଛି।
ସର୍ବାଧିକ ପ୍ରସାରିତ ତେଲଗୁ ଖବରକାଗଜ ଈନାଡୁ, ବହୁଭାଷୀ ଟେଲିଭିଜନ ନେଟୱର୍କ ଈଟିଭି, ପୃଥିବୀର ସର୍ବବୃହତ୍ତ ଫିଲ୍ମ ଷ୍ଟୁଡିଓ ରାମୋଜୀ ଫିଲ୍ମ ସିଟି ଏବଂ ବହୁଭାଷୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଭଳି ଅଗ୍ରଣୀ ଅନୁଷ୍ଠାନର ପ୍ରତିଷ୍ଠାତା ଥିଲେ ପଦ୍ମବିଭୂଷଣ ରାମୋଜୀ ରାଓ। ଜୁନ ୮ ତାରିଖ ଭୋରରୁ ହାଇଦ୍ରାବାଦଠାରେ ତାଙ୍କର ବିୟୋଗ ଘ