ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତକତପୁର ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ | ସୂଚନା ଅନୁସାରେ ରବିବାର ରାତି ପ୍ରାୟ ୯.୩୦ ଟା ସମୟରେ ବାରିପଦା ସହର ତକତପୁର ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ବିଭାଗର ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି ଯୋଗ ଦେଇଥିଲେ |
ଜିଲ୍ଲାର ସମସ୍ତ ବିଧାୟକ ଙ୍କ ସମେତ ମୟୂରଭଞ୍ଜ ଜିଲ୍ଲାର (ପୁର୍ବ ଭାଗ) ସଭାପତି କାନ୍ଦ୍ରା ସୋରେନ ଜିଲ୍ଲାର (ପଶ୍ଚିମ ଭାଗ) ସଭାପତି କୃପାସିନ୍ଧୁ ମହାନ୍ତ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ପୂର୍ବତନ ମନ୍ତ୍ରୀ ତଥା ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ସମେତ ଅନେକ ବିଜେପିର ବରିଷ୍ଠ ନେତା ଓ ଶତାଧିକ କର୍ମୀ ଏଥିରେ ଉପସ୍ଥିତ ଥିଲେ।