ବ୍ୟାଟେରୀ ଗାଡିରୁ ସଟ୍‌ସର୍କିଟରେ ଘର ପୋଡିଲା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବ୍ୟାଟେରୀ ଗାଡିରୁ ସଟ୍‌ସର୍କିଟରେ ଘର ପୋଡିଲା | ବାରିପଦା ସଦର ଥାନା ଅଧିନ ପୋଡାଅସ୍ତିଆ ଅଂଚଳରେ ବ୍ୟାଟେରୀ ଗାଡିରୁ ସଟସର୍କିଟ ହୋଇ ଘର ଜଳିଯାଇଛି । ଫଳରେ ଗାଡି ସମେତ ଘରେ ଥିବା ଗ୍ୟାସ ଟାଙ୍କିରେ ନିଆଁ ଲାଗି ଘରର କିଛି ଅଂଶ ଜଳି ପୋଡି ପାଉଁଶ ହୋଇଯାଇଛି ।

ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି । ଘଟଣା ମୁତାବକ ପୋଡାଅସ୍ତିଆ ଅଂଚଳର ପରମେଶ୍ୱର ମହାନ୍ତିଙ୍କ ଘରେ ଏକ ବ୍ୟାଟେରୀ ଗାଡି ଚାର୍ଜରେ ବସିଥିଲା । କୌଣସି କାରଣରୁ ଗାଡିରେ ସଟସର୍କିଟ ହୋଇ ପାଖରେ ଥିବା ଗ୍ୟାସ ଟାଙ୍କିରେ ନିଆଁ ଧରିଥିଲା ।

ଫଳରେ ନିକଟରେ ଥିବା ଅନ୍ୟ ଏକ ମଟରସାଇକେଲ ଓ ଟାଙ୍କି ଜଳିବା ଦ୍ୱାରା ଘରଟି ଆଂଶିକ ଜଳିଯାଇଛି । ତେବେ ଗ୍ୟାସ ଟାଙ୍କି ଫାଟିବାରୁ ଘରର କବାଟ ଗୁଡିକ ନିଆଁ ଲାଗିଥିଲେ ହେଁ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ ଏବଂ ଘର ମାଲିକ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.