ସେୟାର ବଜାରରେ ଅର୍ଥ ଲଗାଣ ନାମରେ ୧୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସେୟାର ବଜାର ଅର୍ଥ ବିନିଯୋଗ କରି ଅର୍ଥ ଉପାର୍ଜନ ଲୋଭରେ ୧୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟକ୍ତି ଠକାମୀର ଶିକାର ହୋଇଛନ୍ତି।ଏନେଇ ବାଲେଶ୍ବର ଟାଉନ ଥାନା ଅନ୍ତର୍ଗତ ଚାଉଳିଆସାହି ଅଞ୍ଚଳର ବିନାୟକ ପ୍ରସାଦ ସାହୁ(୫୮) ଥାନାରେ ଅଭିଯୋଗ କରିଛନ୍ତି। ସେ ସେଠାରେ ରହି ବ୍ୟବସାୟ କରୁଥିବା ବେଳେ ବାରିପଦାର ରଘୁନାଥପୁର ଅଞ୍ଚଳର ଅମର କୁମାର ଦାସଙ୍କ ସହିତ ପରିଚିତ ହୋଇଥିଲା। ସେୟାର ବଜାରରେ ପୁଞ୍ଜି ନିବେଶ କରିବା ପାଇଁ ତାଙ୍କୁ ପ୍ରବର୍ତ୍ତାଇ ଥିଲେ।

ଗୋଟିଏ ଟ୍ରେଡିଂ କମ୍ପାନୀରେ ବିନିଯୋଗ କରି ଅଧିକ ଲାଭ କରାଇବେ ବୋଲି ପ୍ରୋଲୋଭନ ଦେଖାଇ ଅର୍ଥ ଲଗାଇଥିଲେ। ୩୦% ରୁ ୪୦% କମରେ ସେୟାର ମିଳିବା ନେଇ ପ୍ରସ୍ତାବରେ ମୋଟା ଅଙ୍କର ଟଙ୍କା ବିନିଯୋଗ କରିଥିଲେ। ଏନେଇ ସେ ବାରିପଦା ଆସି ୧୫,୫୦,୦୦୦ ଟଙ୍କା ପ୍ରଦାନ କରିଥିଲେ। ଡିମାଟ ଆକାଉଣ୍ଟକୁ ଟଙ୍କା ଚାଲି ଆସିବ କହିଥିଲେ କିନ୍ତୁ ସମୟ ଗଡି ଚାଲିଥିଲା, କୌଣସି ଟଙ୍କା ଆସିନଥିଲା। ମୁଁ ଯେତେବେଳେ ବାରମ୍ବାର ତାଙ୍କୁ ପଚାରିଲେ ସେ ଆଉ ଧରା ଛୁଆଁ ଦେଲେ ନାହିଁ। ତେବେ ତାଙ୍କ ପରି ଅନ୍ୟ କିଛି ଲୋକଙ୍କୁ ମଧ୍ୟ ଠକି ଥିବାର ନେଇ ସେ ଜଣାଇବା ପରେ ତାଙ୍କ ନାମରେ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ।

ଏହାପରେ ସେ ତିନି ପର୍ଯ୍ୟାୟରେ ମୋଟ ୧୧୦୦୦ ଟଙ୍କା ଦେଇଥିଲେ। ତେବେ ପ୍ରାୟ ୨ବର୍ଷ ବିତି ଯାଇଥିଲେ ସୁଦ୍ଧା ତାଙ୍କର କୋଣସି ପତ୍ତା ମିଳୁନାହିଁ। ବାରିପଦାରେ ତାଙ୍କୁ ପାଇ ଟଙ୍କା କଥା କହିବାରୁ ସେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଆଉ ଟଙ୍କା ମାଗିଲେ ଗୁଣ୍ଡା ଲଗାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ତେଣୁ ସେ ନିରୁପାୟ ହୋଇ ଆଇନର ଆଶ୍ରୟ ନେଇଛନ୍ତି। ତେବେ ଅଭିଯୋଗକ୍ରମେ ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି

Leave A Reply

Your email address will not be published.