ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେବତ୍ୱର ବିଭାଗର ଖାମଖିଆଳି ନୀତି ପାଇଁ ହେଇପାରୁନି ଗୁଆଲି ଯାତ୍ରା | ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଲେ ସେବାୟତ | ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ହେଇନାହିଁ ଗୁଆଲି ଯାତ୍ରା। ଦେବତ୍ୱର ବିଭାଗର ଖାମଖିଆଳି ନୀତି ପାଇଁ ଶ୍ରୀ ଶ୍ରୀ ହରିବଳଦେବ ବିଜେଙ୍କ ମନ୍ଦିରରେ ଗୁଆଲି ଯାତ୍ରା ରିତିକାନ୍ତି ସମ୍ପର୍ଣ୍ଣ ହୋଇପାରୁନାହିଁ।
ଯାହାକୁ ନେଇ ସେବାୟତ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଉକ୍ତ ନୀତି କରିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ଏନେଇ ମନ୍ଦିରର ସେବାୟତ ମାନେ ବାରିପଦା ଠାରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
ମନ୍ଦିରରେ ଉକ୍ତ ସେବାୟତ ମାନେ ପ୍ରତ୍ୟହ କାର୍ଯ୍ୟରେ ସହଯୋଗ କରି ଆସୁଛନ୍ତି। ଏଥି ସହିତ ମନ୍ଦିରର ଉନ୍ନତି ତଥା ପର୍ବପର୍ବାଣି ନୀତି ସମ୍ପାଦନା ପ୍ରତି ସର୍ବଦା ତତ୍ପର ରହିଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ତାଙ୍କର ରୁକ୍ମିଣୀ ବିବାହ ନିତି ସମ୍ପର୍ଣ୍ଣ ହେଉଛି। କିନ୍ତୁ ଏହି ନୀତି…