ରାଜ୍ୟ କ୍ୟାବିନେଟରେ ୫ ପ୍ରସ୍ତାବରେ ମୋହର

0

ଓଡ଼ିଆ ନ୍ୟୁଜ୍: ରାଜ୍ୟ କ୍ୟାବିନେଟରେ ୫ ପ୍ରସ୍ତାବରେ ମୋହର ବାଜିଛି। କ୍ୟାବିନେଟ ବୈଠକରେ ୫ଟି ପ୍ରସ୍ତାବ ପାରିତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ରାଜ୍ୟରେ AIକୁ ପ୍ରୋତ୍ସାହନ ଦେବାକୁ କ୍ୟାବିନେଟ୍ ନିଷ୍ପତ୍ତି।AI ଷ୍ଟାର୍ଟ ଅପ୍‌କୁ ଗୁରୁତ୍ବ ଦିଆଯିବ।AIକୁ ପ୍ରୋତ୍ସାହନ ଦେବାକୁ ଭିତ୍ତିଭୂମି ସୁଦୃଢ଼ ହେବ। ସେପଟେ ଯୋରନ୍ଦା ମହିମା ଗାଦିରେ ଶୂନ୍ୟ ମଣ୍ଡପର ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି।ଏଥିରେ ୧୭୧ କୋଟି ଟଙ୍କା ଖର୍ଚ୍ଚ ହେବ, ୩ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।ଜଟାଧାର ମୁହାଣରେ ନିଜସ୍ବ ଜେଟିର ସ୍ଥାପନ ହେବ।ରାଜ୍ୟ ସରକାର ଓ JSW ଉତ୍କଳ ଷ୍ଟିଲ୍ ଲିମିଟେଡ୍ ମଧ୍ୟରେ ହେବ ଚୁକ୍ତି।ଓଡ଼ିଶା ବେସାମରିକ ସେବା ପାଇଁ ବୟସ ସୀମା ୪୨ ବର୍ଷକୁ ବୃଦ୍ଧି କରାଯାଇଛି।

ଏହି ବୈଠକରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ବୟସସୀମା ବୃଦ୍ଧି ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।କ୍ୟାବିନେଟ ବୈଠକରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ବୟସସୀମାକୁ କୋହଳ କରିବା ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଏହି ପରୀକ୍ଷା ପାଇଁ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ବୟସସୀମା ୩୨ ବର୍ଷ ଥିବାବେଳେ, ଏହାକୁ ବୃଦ୍ଧି କରି ୪୨ ବର୍ଷ କରାଯାଇଛି।

Leave A Reply

Your email address will not be published.