ରାଜ୍ୟ କ୍ୟାବିନେଟ୍‌ରେ ଶିକ୍ଷାନୁଷ୍ଠାନ ନାମଲେଖାରେ ସଂରକ୍ଷଣ ଲାଗୁ ନେଇ ନିଷ୍ପତ୍ତି

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶା ରାଜ୍ୟ କ୍ୟାବିନେଟ୍‌ ଉଚ୍ଚଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ଲାଗି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି I ଏହି ଆରକ୍ଷଣ ନୀତି ଅନୁସାରେ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗ (SEBC) ର ଛାତ୍ରଛାତ୍ରୀଙ୍କ ପାଇଁ ନାମ ଲେଖାରେ ୧୧.୨୫% ଆସନ ସଂରକ୍ଷଣ ଲାଗୁ କରାଯିବ। ଏହି ନୀତି ଚଳିତ ଶିକ୍ଷାବର୍ଷ ୨୦୨୫–୨୬ ରୁ ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରଚଳନ କରାଯିବ।

ଏହି ସଂରକ୍ଷଣ ବ୍ୟବସ୍ଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକ ଶିକ୍ଷା ଓ ଆଇନ ପାଠ୍ୟକ୍ରମ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚମାଧ୍ଯମିକ (+୨), ଶିକ୍ଷକ ଶିକ୍ଷା ଓ ବୃତ୍ତିମୂଳକ ପାଠ୍ୟକ୍ରମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଦର୍ଶନ କଳାରେ ସ୍ନାତକ ପାଠ୍ୟକ୍ର କ୍ରମ ଏବଂ ବଂ କ୍ରୀ କ୍ରୀଡା ଓ ଯୁବସେବା ବିଭାଗର ବି.ପି.ଏଡ୍/ଏମ.ପି.ଏଡ୍ ପାଠ୍ୟକ୍ରମରେ ଲାଗୁ କରାଯିବ ।

Leave A Reply

Your email address will not be published.