ସିନ୍ଧୁ ଜଳ ଚୁକ୍ତି, ଭାରତକୁ ଚିଠି ଲେଖିଲା ପାକିସ୍ତାନ

0

ଓଡ଼ିଆ ନ୍ୟୁଜ୍: ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଆକ୍ସନ ନେଇ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ବାତିଲ କରିଛି । ଯାହାର ପରିଣାମ ମଧ୍ୟ ସାମନାକୁ ଆସିବାରେ ଲାଗିଛି । ଜଳ ସଙ୍କଟ ଘନେଇବା ପରେ ଏବେ ପାକିସ୍ତାନ ଭାରତକୁ ଚିଠି ଲେଖି ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ପାଇଁ ଅନୁରୋଧ କରିଛି । ପାକିସ୍ତାନର ଜଳ ସଂସାନ୍ଧନ ମନ୍ତ୍ରଣାଳୟ ଭାରତର ଜଳ ଶକ୍ତି ମନ୍ତ୍ରଣାଳୟକୁ ଚିଠି ଲେଖିଛି । ଭାରତର ଏହି ପଦକ୍ଷେପ ପାକିସ୍ତାନରେ ଗମ୍ଭୀର ଜଳସଙ୍କଟ ସୃଷ୍ଟି କରିପାରେ ବୋଲି କହିଛନ୍ତି । ଚିଠିକୁ ଭାରତର ବିଦେଶ ମନ୍ତ୍ରଣାଳୟକୁ ମଧ୍ୟ ପଠାଯାଇଛି ।

କିନ୍ତୁ ପାକିସ୍ତାନର ଏହି ଅନୁରୋଧକୁ ଭାରତ ମୂଳରୁ ଅସ୍ୱୀକାର କରିଥିବା ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶକୁ ସମ୍ୱୋଧନ କରି କହିଥିଲେ ଯେ ରକ୍ତ ଓ ପାଣି ଏକା ସଙ୍ଗେ ବୋହି ପାରିବ ନାହିଁ । ପିଏମ୍ କହିଥିଲେ, ଟେରର୍ ଓ ଟକ୍ ଏକାସଙ୍ଗରେ ଚାଲି ପାରିବ ନାହିଁ, ଟେରର୍ ଓ ଟ୍ରେଡ୍ ମଧ୍ୟ ଏକାସଙ୍ଗରେ ଚାଲି ପାରିବ ନାହିଁ ।

Leave A Reply

Your email address will not be published.