କୋଲକାତା(ଓଡ଼ିଆ ନ୍ୟୁଜ୍): ବୋଲିଉଡର ଲୋକପ୍ରିୟ ଗାୟକ କେକେ ଓରଫ କ୍ରିଷ୍ଣାକୁମାର କୁନ୍ନାଥଙ୍କ ଅକାଳ ବିୟୋଗ ହୋଇଛି । କେକେଙ୍କ ବିୟୋଗକୁ କେହି ସହଜରେ ବିଶ୍ବାସ କରୁନାହାନ୍ତି। ତାଙ୍କର ଏହି ଆକସ୍ମିକ ମୃତ୍ୟୁ ସଂଗୀତ ଜଗତରେ ଶୋକର ଛାହା ଖେଳିଯାଇଛି। କୋଲକାତାରେ ଏକ ଶୋ କରୁଥିବା ବଳେ ହଠାତ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା । ହସପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବରୁ ତାଙ୍କର ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଥିଲା । କିନ୍ତୁ ଏବେ କେକେଙ୍କ ଓଠ ଓ ମୁଣ୍ଡରେ କ୍ଷତ ଚିହ୍ନ ଥିବା ଅଭିଯୋଗ ହୋଇଛି। ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ଅନ୍ୟପଟେ କେକେଙ୍କ ପରିବାର ଆଜି ସକାଳେ କୋଲକାତାରେ ପହଞ୍ଚି ତାଙ୍କ ମୃତ୍ୟୁକୁ ନେଇ ନ୍ୟୁ ମାର୍କେଟ ପୋଲିସ ଷ୍ଟେସନରେ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ ହୋଇଛି। କେକେଙ୍କ ମୃତ୍ୟୁର କାରଣ କେବଳ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡ଼ିବ। କେକେ ସାରା ଭାରତରେ ଜଣେ ଲୋକପ୍ରିୟ ଗାୟକ ଭାବେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଓ ବଙ୍ଗଳା ଆଦି ଭାଷାରେ ଅନେକ ଗୀତ ଗାଇଛନ୍ତି କେକେ ।