କାମ କରିବାକୁ ଡାକି ନେଇ ମୁମ୍ବାଇରେ ଯୁବକଙ୍କ ହାତ କାଟି ଦେଲେ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କାମ କରିବାକୁ ଡାକି ନେଇ ମୁମ୍ବାଇରେ ଯୁବକଙ୍କ ହାତ କାଟି ଦେଲେ । କନ୍ଧମାଳ ବାଲିଗୁଡ଼ାର ଯୁବକଙ୍କୁ ମୁମ୍ବାଇରେ କାମ କରିବାକୁ ଡାକି ନେଇ ହାତ କାଟି ଦେଲେ । ଏଭଳି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ବାଲିଗୁଡା ଡହଲପଡିରେ । ଅଭିଯୋଗ ଅନୁଯାୟୀ ଡହଲପଡ଼ିର ଅଙ୍ଗଦ ମଳିକଙ୍କୁ ଗତ ଏପ୍ରିଲ ୨୭ ତାରିଖରେ ବାଲିଗୁଡା ଭଗାମୁଣ୍ଡାର ରବି ସାହାଣୀ ମୁମ୍ବାଇରେ କାମ କରିବାର ପ୍ରଲୋଭନ ଦେଖାଇ ଥିଲେ । ଏ ବାବଦରେ ୮ ହଜାର ଟଙ୍କା ଦେଇଥିଲେ ରବି ସାହାଣୀ । ତେବେ ମୁମ୍ବାଇରେ ପହଞ୍ଚିବା ପରେ ସେଠି ଘଟିଲା ଭୟଙ୍କର ଘଟଣା । କିଛି ଲୋକ ଆସି ଅଙ୍ଗଦର ମୁଣ୍ଡରେ ମାଡ଼ ମାରି ବେହୋସ କରି ଦେଇଥିଲେ । ପରେ ତାଙ୍କ ଦୁଇ ହାତ କାଟି ଦେଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ କରିଛନ୍ତି ଅଙ୍ଗଦଙ୍କ ପରିବାର ଲୋକେ ।

ଯୋଜନାବଦ୍ଧ ଭାବେ ଏଭଳି କରାଯାଇଥିବା ସେମାନେ କହିଛନ୍ତି । ଆହତ ଅବସ୍ଥାରେ ମୁମ୍ବାଇ ପୋଲିସ ଅଙ୍ଗଦଙ୍କୁ ଉଦ୍ଧାର କରି ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଜିମା ଦେଇଥିଲେ । ପରିବାର ଲୋକ ଜାଣିବା ପରେ ତାଙ୍କୁ ବାଲିଗୁଡା ଫେରାଇ ଆଣିଛନ୍ତି । ତେବେ କାହିଁକି ତାଙ୍କ ହାତ କାଟି ଦିଆଗଲା ସେ ସମ୍ପର୍କରେ ସ୍ପଷ୍ଟ ହୋଇନାହିଁ । ବାଲିଗୁଡା ପୋଲିସ ଘଟଣାର ତଦନ୍ତ କରୁଛି। ପରିବାର ଲୋକ ଓ ପୀଡିତଙ୍କ ଏତଲା କ୍ରମେ ବାଲିଗୁଡା ଥାନାରେ ମାମଲା ରୁଜୁ କରିଛି ପୋଲିସ୍‌ ।

Leave A Reply

Your email address will not be published.