ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡି ମହିଳା ବାହିନୀ ଦ୍ୱାରା ଉଭୟ ମୟୁରଭଞ୍ଜ ଲୋକସଭା ଓ ବାରିପଦା ବିଧାନସଭା ପାଇଁ ପ୍ରଚାର ଜୋରଦାର | ଚଳିତ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେଡି ଦଳୀୟ କର୍ମୀଙ୍କ ଉତ୍ସାହ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି |
ଆଜି ମୟୁରଭଞ୍ଜ ଜିଲ୍ଲା ବିଜେଡି ମହିଳା ସଭାପତି ଦୀପ୍ତିଲତା ମିଶ୍ରଙ୍କ ନେତୃତ୍ୱରେ ପାଞ୍ଚଶହ ରୁ ଉର୍ଦ୍ଧ ବିଜେଡି ମହିଳା କର୍ମକର୍ତାଦ୍ୱାରା ଏକ ବିଶାଳ ସ୍କୁଟି ରେଲି ବାରିପଦା ସ୍ଥିତ ଏନ. ଏଚ ଜୁବୁଲି ପେଟ୍ରୋଲ ପମ୍ପ ପାଖରୁ ଆରମ୍ଭ ହୋଇ ଭଂଜପୁର ଦେଇ ବିଜେଡି କାର୍ଯ୍ୟାଳୟ ଓ ବିଜୁ ପଟ୍ଟନାୟକ ଗୋଲାଈ ଦେଇ ପୁରା ସହର ପରିକ୍ରମା କରିଥିଲା |
ମୟୁରଭଞ୍ଜ ଲୋକସଭା ପ୍ରାର୍ଥୀ ସୁଦାମ ମାର୍ଣ୍ଡି ଓ ବାରିପଦା ବିଧାୟକ ପ୍ରାର୍ଥୀ ସାନନ୍ଦ ମାର୍ଣ୍ଡିଙ୍କ ପାଇଁ ଜୋରଦାର ପ୍ରଚାରପ୍ରସାର କରିଛନ୍ତି | ଉକ୍ତ କାର୍ଯ୍ୟକ୍ରମରେ ବିଜେଡି ଅନ୍ୟ ବରିଷ୍ଠ କର୍ମକର୍ତାଗଣ, ଯୁବ, ଛାତ୍ର, ମହିଳା ଏବଂ ବିଭିନ୍ନ ଛାମୁଆ ସଂଗଠନର ନେତୃମଣ୍ଡଳୀ ସହଯୋଗ କରିଥିଲେ |
Comments are closed.