ବାରିପଦାରେ ବିଜେପିର ପ୍ରେସମିଟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ୨୯ ତାରିଖ ବୁଧବାର ବାରିପଦା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ତିନୋଟି ପର୍ଯ୍ୟାୟରେ ୧୫ଟି ଲୋକସଭା ଓ ୧୦୫ଟି ବିଧାନସଭା ପାଇଁ ମତଦାନ ଶେଷ ହୋଇଥିବା ବେଳେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରରେ ଯୋଗ ଦେବାକୁ ବାରିପଦା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

୨୯ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ବାରିପଦା ସହରର ବହୁ ପ୍ରତିଷ୍ଠିତ ଓ ଐତିହାସିକ ଛଉପଡ଼ିଆ ଠାରେ ପଦାର୍ପଣ କରି ଦଳୀୟ ପ୍ରଚାର କାର୍ଯ୍ୟକ୍ରମ ରେ ଯୋଗଦେବେ ମୋଦି। ଓଡିଶା ରେ ଡବଲ ଇଞ୍ଜିନ ସରକାର ପାଇଁ ଲଗାତାର ବିଜେପି ଦଳର ଶିର୍ଷ ନେତୃତ୍ୱ ଙ୍କ ଓଡିଶା ଆଗମନ ଜାରୀ ରହିଛି। ଆଉ ଏହି ଶେଷ ସମୟ ନିର୍ବାଚନ କାର୍ଯ୍ୟକ୍ରମରେ ମୋଦିଙ୍କ ପ୍ରଚାର ମୟୂରଭଞ୍ଜ ନିର୍ବାଚନୀ ଗଣିତରେ ପୁଣିଥରେ ସଫଳତା ମିଳିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋରଧରିଛି।

ଏହି ପରିପ୍ରେକ୍ଷୀରେ ବାରିପଦା ବଜାର ଇଣ୍ଡିଆ ଠାରେ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଯାଇଛି। ବିଜେପି ଦଳର ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ନବଚରଣ ମାଝୀ ଓ ରାଜ୍ୟ ସ୍ପୋକ୍ସପରସନ ସୁଦୀପ୍ତ ରାୟ ଏନେଇ ସବିଶେଷ ସୂଚନା ପ୍ରଦାନ କରିଛନ୍ତି।

Comments are closed.