ବିଜୁ ଜନତା ଦଳର ମିଶ୍ରଣ ପର୍ବ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁର ସହରସ୍ତ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି | ଏଥିରେ ତିରିଙ୍ଗ ବ୍ଲକର ଭାରତୀୟ ଜନତା ପାର୍ଟି, ଜେଏମଏମ୍ ଓ ହୋ ସମାଜର କର୍ମକର୍ତ୍ତା ବହୁ ସଂଖ୍ୟାରେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ |

ଏହି ଭବ୍ୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ବିଧାୟକ ଜଗେଶ କୁମାର ସିଂ, ପୂର୍ବତନ ବିଧାୟକ ସାଇବା ସୁଶୀଲ କୁମାର ହାଁସଦାଃ, ବିଜେଡି ଜିଲ୍ଲା ଯୁବ ସଭାପତି ଅଭିଷେକ ପଟ୍ଟନାୟକ, ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ତନୁଜା ମହାନ୍ତ,ଜିଲ୍ଲା ଉପସଭାପତି ସରୁପ ବେହେରା, ସଚିନ୍ଦ୍ର ଦାସ, ବହଳଦା ବ୍ଲକ ପୂର୍ବତନ ଅଧ୍ୟକ୍ଷ ରବିନ୍ଦ୍ର ମାର୍ଣ୍ଡି, ବହଳଦା ଯୁବ ସଭାପତି ରାହୁଳ ଯାଦବ, ୱାର୍ଡ ନଂ ୨ କାଉନସିଲର ଶୁକଦେବ ବେହେରା ଓ ଯୁବ ଛାତ୍ର ଟାଉନ ସଭାପତି ପଞ୍ଚୁ ଲୋହାର ପ୍ରମୁଖ ଉପସ୍ଥିତ ଥିଲେ |

ଏହି ମିଶ୍ରଣ ପର୍ବରେ ଯୋଗଦାନ କରିଥିବା ବ୍ୟକ୍ତିସମୂହ ମଧ୍ୟରେ ତିରିଙ୍ଗ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ତିରିଙ୍ଗ ବ୍ଲକ ଉପାଧ୍ୟକ୍ଷା ପୂର୍ଣ୍ଣିମା ବାର୍ଦ୍ଦା, ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ବାବଲୁ ପୂର୍ତ୍ତୀ, କୁଲୁଘୁଟୁ ଗ୍ରାମ ପଞ୍ଚାୟତ ସଭାପତି ଲକ୍ଷ୍ମଣ ସାୟା, ହୋ ସମାଜ ସେବୀ ରାଜେଶ କୁମାର ପୂର୍ତ୍ତୀ, ମାଲକୋଡି ୱାର୍ଡ ସଭ୍ୟ ମୁଚିରାମ ମାର୍ଣ୍ଡି, ଜେ ଏମ ଏମ ବ୍ଲକ ସଂପାଦକ ପଞ୍ଚୁ ବିନ୍ଧାଣୀ, ବଡ ନାରାୟଣୀ ଗ୍ରାମ ପଞ୍ଚାୟତ ସଭାପତି ଧନୈ ମାର୍ଣ୍ଡି, ବିଜେପି କାର୍ଯ୍ୟକାରୀ ସଦସ୍ୟ ରୂପସିଂ ନାଏକ, ବିଜେପି ସଦସ୍ୟ ଟୁରାମ ଲୁଗୁନ, ଜେ ଏମ ଏମ ଗ୍ରାମ ପଞ୍ଚାୟତ ସଭାପତି ରାମ ସିଂ ସୟ, ବିଜେପି ଗ୍ରାମ ପଞ୍ଚାୟତ ସଂପାଦକ ବାଲ୍ମିକି କୁମ୍ଭକାର, ନାଏବ ସରପଞ୍ଚ ଗଙ୍ଗାରାମ ବାଇପାଇ, ହୋ ସମାଜ କର୍ମୀ ମହେଶ୍ବର ପୂର୍ତ୍ତୀ, ମଙ୍ଗଲ ପର୍ତ୍ତୀ, ସଞ୍ଜୟ ପୂର୍ତ୍ତୀ, ମତର ସାମାଡ, ବିରବଲ ବାରି, କୁଲୁଘୁଟୁ ଗ୍ରାମ ପଞ୍ଚାୟତର ସଭ୍ୟ ଲକ୍ଷ୍ମଣ ହେମ୍ବ୍ରମ, ଜଗଦିଶ ସାମାଡ, ପାଚେ ଆଲଡା, ବାଘରାୟ ମୁର୍ମୁ, ପିରୁ ମୁର୍ମୁ, ଫାତୁ ବେଶ୍ରା, ସାମୁ ଲାମାୟ ଓ ରାନସି ଲାମାୟ ତଥା ଅନ୍ୟମାନେ ଥିଲେ | ଯାହା ଲାଗୁଛି, ଆଗାମୀ ନିର୍ବାଚନରେ ବିଜେଡି ବାଜିମାତ୍ କରିବ, ଏଥିରେ ଦ୍ବିମତ ନାହିଁ ବୋଲି ସର୍ବସାଧାରଣରେ ଚର୍ଚ୍ଚା ଦେଖାଯାଉଛି |

Leave A Reply

Your email address will not be published.