ରଣପୁରରୁ ଗଞ୍ଜେଇ ଜବତ, ଜଣେ ଗିରଫ

0

ରଣପୁର(ଓଡ଼ିଆ ନ୍ୟୁଜ୍‌): ରଣପୁର ପୁଲିସ୍ ଅଢେଇ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ବ୍ୟବସାୟୀକୁ ଗିରଫ୍ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଗଞ୍ଜେଇ ବ୍ୟବସାୟୀ ଜଣଙ୍କ ପଞ୍ଚାନନ ପ୍ରଧାନ ବୋଲି ଜଣାପଡ଼ିଛି। ସୂଚନାନୁସାରେ, ରଣପୁର ପୋଲିସ୍ ବାଉଁଶଗଡ଼ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । ବାଉଁଶଗଡ଼ ଗ୍ରାମର ପଞ୍ଚାନନ ପ୍ରଧାନ ମଟରସାଇକେଲରେ ନିଜ ଗାଁ ବାଉଁଶଗଡକୁ ଆସୁଥିବା ବେଳେ ପୋଲିସକୁ ଦେଖି କିଛି ଦୂରରେ ରହିଯାଇଥିଲା ।

ସନ୍ଦେହକରି ପୋଲିସ୍ ମଟରସାଇକେଲ ପାଖକୁ ଯିବାରୁ ପଞ୍ଚାନନ ମଟରସାଇକେଲ୍ ବୁଲାଇ ଚାଲିଯାଉଥିଲେ। ପୋଲିସ୍ ପିଛା କରି ପଞ୍ଚାନନକୁ କାବୁ କରିଥିଲା । ଯାଞ୍ଚ କଲା ବେଳେ ଉକ୍ତ ଗାଡ଼ିରୁ ଏକ ପ୍ୟାକେଟ୍ ଗଞ୍ଜେଇ ବାହାରିଥିଲା । ପୋଲିସ୍ ଗଞ୍ଜେଇ ସମେତ ମଟରସାଇକେଲ ଜବତ କରି ଥାନାକୁ ଆଣିଥିଲେ। ଥାନାରେ ତଦନ୍ତ କରିବା ପରେ କେସ୍ ନଂ-୧୧୬/୨୦୨୨ରେ ମାମଲା ରୁଜୁକରି ଗିରଫ୍ କରି ଆଜି କୋର୍ଟ ଚାଲାଣ କରିଛି । ଏନେଇ ସୂଚନା ଦେଇଛନ୍ତି ରଣପୁର ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡା ।

Leave A Reply

Your email address will not be published.